Home General ପରଲୋକରେ ରାଜୁ ସାର୍‍

ପରଲୋକରେ ରାଜୁ ସାର୍‍

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‍ ତଥା ସୁସାହିତ୍ୟିକ ଓ ଗବେଷକ ପ୍ରଫେସର ରାଜ କିଶୋର ମିଶ୍ର (ରାଜୁ ସାର୍‍)ଙ୍କର ଆଜି ଏଠାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମିଶ୍ର ରାଜଧାନୀ, ବିଜେବି ସମେତ ଓଡିଶାର ବହୁ କଲେଜରେ ଇଂରାଜୀ ଅଧ୍ୟାପକ ଭାବେ ଶିକ୍ଷାଦାନ କରିଛନ୍ତି ।

ଓଡିଶା ସାହିତ୍ୟ ଏକାଡେମୀର ସଚିବ ପଦବୀ ସମେତ ଓଡିଶା ରିଭ୍ୟୁ, ଉତ୍କଳ ପ୍ରସଙ୍ଗ ଭଳି ପତ୍ରିକାର ମଧ୍ୟ ସେ ସମ୍ପାଦକ ଭାବେ ଦୀର୍ଘ କାଳ କାର୍ଯ୍ୟ କରିଥିଲେ । ଓଡିଶାର ସଂସ୍କୃତି ସହିତ ଆଧ୍ୟାତ୍ମିକତା, କଳା, ସଂସ୍କୃତି ଆଦି କ୍ଷେତ୍ରରେ ଜଣେ ଉଚ୍ଚକୋଟୀର ଗବେଷକ ଭାବେ ସେ ଜଣାଶୁଣା ।

ଗୀତା, ବେଦ, ଉପନିଷେଦ, ଜ୍ୟୋତିଷଶାସ୍ତ୍ର ଆଦିରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା ଏବଂ ଏ ସଂକ୍ରାନ୍ତରେ ସେ ଅନେକ ଉଚ୍ଚକୋଟୀର ପୁସ୍ତକ ରଚନା କରିଛନ୍ତି ।

ମୃତ୍ୟୁବେଳକୁ ରାଜୁ ସାରଙ୍କୁ ୮୧ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଶେଷ ପର୍ଯ୍ୟନ୍ତ କର୍ମଚଞ୍ଚଳ ଥିଲେ । ବିଭିନ୍ନ ସଭା ସମିତିରେ ବକ୍ତବ୍ୟ ପ୍ରଦାନ ସମେତ ତାଙ୍କ ଲେଖନୀ ଚାଳନା ମଧ୍ୟ ଅବ୍ୟାହତ ରହିଥିଲା । ଆଜି ସକାଶେ ହଠାତ୍‍ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ପତ୍ନୀଙ୍କ ସମେତ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ରାଜୁ ସାରଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here