Home General ପରଲୋକରେ ବିଜୟଶ୍ରୀ

ପରଲୋକରେ ବିଜୟଶ୍ରୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଉ ଇହଧାମରେ ନାହାଁନ୍ତି । ଆଜି ୬୭ ବର୍ଷ ବୟସରେ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ବରିଷ୍ଠ ବିଜେଡି ନେତା ଚଳିତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ । ପରିବାରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଷ୍ଟ କୋଭିଡ ଜଟିଳତାରେ ବିଜଶ୍ରୀଙ୍କ ମୃତ୍ୟୁ ଘଟିଛି । ସେପ୍ଟିସେମିଆ ଏବଂ ମଲ୍ଟି-ଅର୍ଗାନ ବିଫଳତାରେ ସେ ପୀଡିତ ଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ହେଉଛନ୍ତି ବିଜୟଶ୍ରୀ । ସେ ୧୯୯୦ ମସିହାରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ର୍ନିବାଚନମଣ୍ଡଳୀରୁ ୬ ଥର ଓଡିଶା ବିଧାନସଭାକୁ ର୍ନିବାଚିତ ହୋଇଥିଲେ ।

ବିଜୟଶ୍ରୀ ୨୦୧୪-୧୭ ରୁ ମନ୍ତ୍ରୀ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ୨୦୧୭-୧୯ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଥିଲେ ।

ପୂର୍ବ ସରକାରଗୁଡିକରେ ବିଜୟଶ୍ରୀ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହି ବରିଷ୍ଠ ନେତାଙ୍କ ଦେହାନ୍ତରେ ରାଜନୈତିକ ନେତା ତଥା ସମାଜର ବିଭିନ୍ନ ବର୍ଗର ଲୋକମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ବିଜୟଶ୍ରୀଙ୍କ ପୁଅ ବିଷ୍ଣୁବ୍ରତ ଏବେ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ଓଡିଶା ବିଧାନସଭାରେ ପ୍ରତିନିଧିତ୍ୱ କରୁଛନ୍ତି । ଶ୍ରୀ ରାଉତରାୟଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ତାଙ୍କ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି ସେ ତାଙ୍କ ସମବେଦନା ବାର୍ତ୍ତାରେ କହିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ରାଉତରାୟଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାଙ୍କ ସହ କଥା ହୋଇଥିଲେ । ତାଙ୍କ ଅକାଳ ବିୟୋଗରେ ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି ।