Home General ପଦ୍ମ ତାଲିକାରେ ଓଡିଶାରୁ ଛଅ

ପଦ୍ମ ତାଲିକାରେ ଓଡିଶାରୁ ଛଅ

ଭୁବନେଶ୍ୱର : କେନ୍ଦ୍ର ସରକାର ଆଜି ପଦ୍ମ ସମ୍ମାନ ଘୋଷଣା କରିଥିବାବେଳେ ତାଲିକାରେ ଓଡିଶାରୁ ୬ଜଣ ସ୍ଥାନ ପାଇଛନ୍ତି । କଳା ବର୍ଗରେ ଶିଳ୍ପୀ ସୁଦର୍ଶନ ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଥିବାବେଳେ ଆଉ ୫ଜଣ ପଦ୍ମଶ୍ରୀ ସମ୍ମାନ ପାଇବେ ।

ରାଜ୍ୟରୁ ଯେଉଁମାନେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ଓ ନନ୍ଦ ପୃଷ୍ଟି, କଳା ପାଇଁ ପୂର୍ଣ୍ଣମାସୀ ଜାନି, ଔଷଧରେ ଡାକ୍ତର କ୍ରିଷ୍ଣ ମୋନହ ପାଠୀ ଓ ସମାଜସେବା ପାଇଁ ଶ୍ରୀମତୀ ଶାନ୍ତି ଦେବୀ ।

କେନ୍ଦ୍ର ସରକାର ଘୋଷଣା କରିଥିବା ତାଲିକାରେ ୭ଟି ପଦ୍ମ ବିଭୂଷଣ, ୧୦ଟି ପଦ୍ମ ଭୂଷଣ ଓ ୧୦୨ଟି ପଦ୍ମଶ୍ରୀ ସମ୍ମାନ ରହିଛି । ତାଲିକାରେ ୨୯ଜଣ ମହିଳା ଥିବାବେଳେ ୧୦ଜଣ ବିଦେଶରେ ରହୁଥିବା ବ୍ୟକ୍ତି ଓ ୧୬ଜଣ ମରୋଣତ୍ତର ଭାବେ ଏହି ପୁରସ୍କାର ପାଇବେ । ପଦ୍ମବିଭୂଷଣ ତାଲିକାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରହିଛନ୍ତି ।

ପଦ୍ମ ସମ୍ମାନ ଘୋଷଣା ପରେ ତାଲିକାରେ ଥିବା ଓଡିଶାର ଯଶ୍ୱସୀମାନଙ୍କୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।