Home General ନିରାପଦ ନିର୍ବାଚନ ଉପରେ ଗୁରୁତ୍ୱ

ନିରାପଦ ନିର୍ବାଚନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବର୍ତ୍ତମାନର କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ତ୍ରି-ସ୍ତରୀୟ ପଞ୍ଚାୟତ ର୍ନିବାଚନକୁ ସୁରୁଖୁରୁରେ କରିବା ପାଇଁ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍‍ଇସି) ଶନିବାର ଦିନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ।

ରାଜ୍ୟ ର୍ନିବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପି.କେ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଆର.କେ ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଓଡ଼ିଶାର ବର୍ତ୍ତମାନର କୋଭିଡ ପରିସ୍ଥିତି ଉପରେ ରାଜ୍ୟ ସରକାର ଏକ ଉପସ୍ଥାପନା ଦେଇଛନ୍ତି । ର୍ନିବାଚନ ସମୟରେ ଭୋଟର, ରାଜାନୈତିକ ଦଳର ପ୍ରତିନିଧୀ ତଥା ମତଦାନ ଅଧିକାରୀଙ୍କ ସୁରକ୍ଷା କିପରି ବଜାୟ ରହିବ ସେନେଇ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏସ୍‍ଆରସି ପ୍ରଦୀପ ଜେନା କହିଛନ୍ତି ଯେ ଓଡିଶାର ବର୍ତ୍ତମାନର କୋଭିଡ -୧୯ ପରିସ୍ଥିତି ବିଷୟରେ କମିଶନଙ୍କୁ ସୂଚନା ଦିଆଯାଇଛି । କୋଭିଡ ସ୍ଥିତିକୁ ବିଶ୍ଳେଷଣ କରିବା ପରେ ପଞ୍ଚାୟତ ନିର୍ବାଚନ ଉପରେ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଜେନା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗଧାଡିର ସେବା ପ୍ରଦାନକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ ଦିଆଯାଇ ପାରିବ ସେଥିପାଇଁ ଆବଶ୍ୟକ ଯୋଜନା ବିଷୟରେ ସେମାନେ ଆଲୋଚନା କରିଥିଲେ ।

ଏହି ସମୟ ମଧ୍ୟରେ ସମସ୍ତ ୩୦ ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣର ଅନ୍ତିମ ତାଲିକା ରାଜ୍ୟ ସରକାର ସୂଚୀତ କରିଛନ୍ତି ।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏସସି ଏବଂ ଏସଟି ବର୍ଗ ପାଇଁ ୧୨ ଟି ସିଟ୍ ରହିଛି । ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ୭ ଟି ଆସନ ସଂରକ୍ଷିତ ଥିବାବେଳେ ଞ୍ଚ୫ଟି ଆସନ ଏସସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି ।

ସରକାର କେନ୍ଦୁଝର, ଜଗତସିଂହପୁର, ଯାଜପୁର, ବୌଦ୍ଧ ଏବଂ ଭଦ୍ରକ ଜିଲ୍ଲାରେ ଏସସି ବର୍ଗଙ୍କ ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ପଦବୀ ସଂରକ୍ଷିତ ରଖିଥିବାବେଳେ କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା, ଏବଂ ସୁନ୍ଦରଗଡ ଜିଲ୍ଲାକୁ ଏସ୍‍ଟି ବର୍ଗ ପାଇଁ ସଂରକ୍ଷିତ ରଖିଛନ୍ତି । ସେହିଭଳି ଅନ୍ୟ ୧୮ ଟି ଜିଲ୍ଲାର ଜିଲ୍ଲା ପରିଷଦ ମୁଖ୍ୟ ପଦବୀଗୁଡ଼ିକୁ ଅଣସଂରକ୍ଷିତ ବର୍ଗରେ ରଖାଯାଇଛି ।

ଏହାବାଦ୍‍, ମହିଳା ପ୍ରାର୍ଥୀମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ପରିଷଦ ମୁଖ୍ୟ ପଦର ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି – କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ଖୋରଧା, ଗଞ୍ଜାମ, ଝାରସୁଗୁଡା, ଢେଙ୍କାନାଳ, ନୁଆପଡା, ପୁରୀ, ବଲାଙ୍ଗୀର, ବୌଦ, ମାଲକାନଗିରି, ଜୟପୁର, ରାୟଗଡା ଏବଂ ସମ୍ବଲପୁର ।

LEAVE A REPLY

Please enter your comment!
Please enter your name here