Home General ନିରପେକ୍ଷ ତଦନ୍ତ ପାଇଁ କହିଲେ ଜାତୀୟ ମହିଳା ଆୟୋଗ

ନିରପେକ୍ଷ ତଦନ୍ତ ପାଇଁ କହିଲେ ଜାତୀୟ ମହିଳା ଆୟୋଗ

ନୂଆଦିଲ୍ଲୀ: ଜାତୀୟ ମହିଳା ଆୟୋଗ ଏକ ଗଣମାଧ୍ୟମ ଖବରକୁ ଆଧାର କରି ନିଜଆଡୁ ମାମଲାକୁ ଗ୍ରହଣ କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ କାଲାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ୍‍ ଇଂରାଜୀ ମଧ୍ୟମ ବିଦ୍ୟାଳୟର ଜଣେ ନିଖୋଜ ଶିକ୍ଷୟତ୍ରୀଙ୍କୁ ବଳାତ୍କାର କରାଯାଇ ବିଦ୍ୟାଳୟର ଏକ ର୍ନିମାଣାଧୀନ ଷ୍ଟାଡିୟମରେ ପୋତି ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ପୋଲିସ ହେପାଜତରୁ ପଳାୟନ କରିଛନ୍ତି । ଅଭିଯୋଗ ହୋଇଛି ଯେ ଏହି ପଳାୟନରେ ବିଜେଡି ସରକାରଙ୍କ ମନ୍ତ୍ରୀ ବିଶେଷ କରି ରାଜ୍ୟ ମନ୍ତ୍ରୀ (ଗୃହ) କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସହାୟତା କରିଛନ୍ତି ।

ଏହି ରିପୋର୍ଟରୁ ଜଣାଯାଇଛି ଯେ କ୍ୟାପଟେନ୍ ଦିବ୍ୟାଶଙ୍କର ମିଶ୍ର ବାରମ୍ବାର ବିଦ୍ୟାଳୟ ପରିଦର୍ଶନ କରୁଥିଲେ ଏବଂ ଏପରିକି ରାତିରେ ସ୍କୁଲରେ ରହିଥିଲେ । ଅନ୍ୟ ଜଣେ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ରହସ୍ୟମୟ ଅବସ୍ଥାରେ ପୀଡିତା ନିଖୋଜ ହେବା ପୂର୍ବରୁ ବିଭିନ୍ନ ସମୟରେ ସମାନ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ଆୟୋଗ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ ରାଜ୍ୟରେ ମନ୍ତ୍ରୀମାନେ ମହିଳାମାନଙ୍କୁ ଶୋଷଣ ତଥା ଯୌନ ଉତ୍ପୀଡ଼ନ ଭଳି ଘଟଣାରେ ପୋଲିସ ତଦନ୍ତରେ ହସ୍ତକ୍ଷେପ କରୁଛନ୍ତି ।

ଏହି ମାମଲାର ବ୍ୟକ୍ତିଗତ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ଆୟୋଗ ତାଙ୍କୁ ଅନୁରୋଧ କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ମନ୍ତ୍ରୀ କ୍ୟାପଟେନ ଦିବ୍ୟାଶଙ୍କର ମିଶ୍ର ଏବଂ ପ୍ରତାପ ଜେନା କୌଣସି ପ୍ରଭାବ ନପକାଇ ପୋଲିସକୁ ନ୍ୟାୟ ଏବଂ ନିରପେକ୍ଷ ତଦନ୍ତ କରିବାକୁ ସକ୍ଷମ କରାଇବେ ।

ଜାତୀୟ ମହିଳା ଆୟୋଗ ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଏହି ଘଟଣାର ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ସହ ଆଇନର ସମସ୍ତ ନିୟମ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚିଠି ଲେଖିଛନ୍ତି ।

ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଏହି ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ବିଚାର କରି ପୀଡିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବାକୁ ଆୟୋଗ କହିଛନ୍ତି ।

ତଦନ୍ତ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପନ୍ନ ହେବା ଜରୁରୀ । ଏ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଶୀଘ୍ର ଆୟୋଗଙ୍କୁ ଜଣାଇବାକୁ କୁହାଯ।।ଇଛି ।

LEAVE A REPLY

Please enter your comment!
Please enter your name here