Home Covid ନାଲିଆଖି ଦେଖାଇଲା ବିଏମ୍‌ସି

ନାଲିଆଖି ଦେଖାଇଲା ବିଏମ୍‌ସି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ କାର୍ଯ୍ୟାଳୟଏବଂ ଅନୁଷ୍ଠାନର କର୍ତୃପକ୍ଷ ସେମାନଙ୍କର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ କୋଭିଡ୍ ନିୟମର କଡା ଅନୁପାଳନ କରିବାପାଇଁ ଯାହାକି-ମାସ୍କ ପିନ୍ଧିବା, ହାତର ପରିଚ୍ଛନ୍ନତା ରକ୍ଷାକରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି ଆଚରଣ ନିଶ୍ଚିତ ଭାବେ ପାଳନ କରିବାକୁ ହେବ; ନଚେତ୍ ସଂପୃକ୍ତ କର୍ଯ୍ୟାଳୟ କର୍ତୃପକ୍ଷଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଦେଖିବାକୁ ମିଳିଛି ଯେ ଭୁବନେଶ୍ୱରରେ ଇତିିମଧ୍ୟରେ ଅନେକ କାର୍ଯ୍ୟାଳୟ ଖୋଲିଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ମାନଙ୍କୁ ଆସୁଥିବା କର୍ମଚାରୀମାନେ ଠିକ୍ ଭାବେ ନିଜ ନିଜର କାର୍ଯ୍ୟସ୍ଥଳୀରେ କୋଭିଡ ନିୟମର ଅନୁପାଳନ କରୁଛନ୍ତି କି ନାହିଁ ତାହାର ଉପଯୁକ୍ତ ନିରୀକ୍ଷଣ କରିବା ବ୍ୟବସ୍ଥା ସଂପୃକ୍ତ କାର୍ଯ୍ୟାଳୟମାନଙ୍କରେ କରାଯାଇ ନାହିିଁଁ ।

ସେହି ହେତୁରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କମିଶନର ସଂଜୟ କୁମାର ସିଂହ ଭୁବନେଶ୍ୱରର ସମସ୍ତ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ତୃପକ୍ଷଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସେମାନେ ଏଥିପାଇଁ ସଂପୂର୍ଣ୍ଣ ସତର୍କ ରୁହନ୍ତୁ । କାରଣ ସହରରେ ବର୍ତମାନ ସୁଦ୍ଧା କୋଭିଡର ପ୍ରଭାବ ସଂପୂର୍ଣ୍ଣ ଦୂରହୋଇ ନାହିଁ । ତେଣୁ ସମସ୍ତ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ କୋଭିଡ୍ ନିୟମର କଡା ଅନୁପାଳନ କରି କାର୍ଯ୍ୟ ନିର୍ଘଣ୍ଟ ମଧ୍ୟରେ କର୍ମଚାରୀ ଏବଂ ଅଧିକାରୀମାନେ ମାସ୍କ ପିନ୍ଧିବା, ହାତ ପରିଚ୍ଛନ୍ନତା ଏବଂ ସାମାଜିକ ଦୂରତା ରକ୍ଷାକରିବା ନିଶ୍ଚିିତ କରାନ୍ତୁ ।

ତେଣୁ ରାଜଧାନୀ ଭୁବନେଶ୍ୱରର ସରକାରୀ(କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅଧିନସ୍ତ), ବେସରକାରୀ କାର୍ଯ୍ୟଳୟ ତଥା ଅନ୍ୟାନ୍ୟ ସଂଗଠନର କର୍ମକର୍ତାଙ୍କୁ ବାରମ୍ବାର ଚେତାଇ କହିଛନ୍ତି ଯେ; ସେମାନେ ନିଜର କର୍ମଚାରୀମାନଙ୍କୁ କୋଭିଡ୍ ପ୍ରତିରୋଧି ଆଚରଣର ଅନୁପାଳନ କରିବାକୁ କୁହନ୍ତୁ । ଏହି ନିୟମ ଅନୁପାଳନ କରୁ ନଥିବା କର୍ମଚାରୀଙ୍କ ଉପରେ ଦୃଢ଼ ପଦକ୍ଷେପ ନିଅନ୍ତୁ ଯାହା କୋଭିଡ ବ୍ୟାପିବାକୁ ରୋକିବାରେ ଅନେକ ସହାୟକ ହେବବୋଲି କହିଛନ୍ତି ବିଏମ୍‌ସି କମିଶନର ।

ସୋମବାରଠାରୁ ବିଏମସି ର ଏନଫୋର୍ସମେଣ୍ଟ ଦଳ ପୁଲିସ୍‌ଙ୍କ ସମେତ ବିଭିନ୍ନ ସକାରୀ ଏବଂ ଘରୋଇ କାର୍ଯ୍ୟାଳୟମାନଙ୍କୁ ଯାଇ ସେଠାରେ କୋଭିଡ୍ ପରିପ୍ରେକ୍ଷୀର ଆଚରଣ କିଭଳି ରହିଛି ତାହା ଅଚାନକ ପରିଦର୍ଶନ କରି ଉଚିତ ପଦକ୍ଷେପ ନେବେ । କୋଭିଡ୍ ନିୟମର ଉଲ୍ଲଙ୍ଘନ ହେବା ଦୃଷ୍ଟିକୁ ଆସିଲେ ସଂପୃକ୍ତ କର୍ତୃପକ୍ଷଙ୍କ ବିରୁଦ୍ଧରେ ସଂକ୍ରାମକ ରୋଗ ଆଇନ୍ ଭାଗ ୨(୧)ଅନୁଯାୟୀ ଦୃଢ ଼ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

କୌଣସିଠାରେ ନିୟମର ବାରମ୍ବାର ଉଲଙ୍ଘନ କରିବା ଦୃଷ୍ଟିକୁ ଆସିଲେ ସେ କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ସାଙ୍ଗକୁ ସଂପୃକ୍ତ କାର୍ଯ୍ୟାଳୟକୁ ସିଲ୍ କରାଯିବ । ସୋମବାରଠାରୁ ଓଡିଶା ସରକାରଙ୍କର ସମସ୍ତ କାର୍ଯ୍ୟାଳୟରେ ସଂପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବାବେଳେ କୋଭିଡ୍ ନିୟମର କଡା ଅନୁପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଯଦି କୌଣସି କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମଣର ପ୍ରମାଣ ମିଳିଲା ତେବେ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରବର୍ତିତ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ଏବଂ ସଂପୃକ୍ତ ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଦିଆଯିବ ।