Home Covid ଦ୍ୱିଜବର କାନୁନ୍‌ଗୋଙ୍କର ପରଲୋକ

ଦ୍ୱିଜବର କାନୁନ୍‌ଗୋଙ୍କର ପରଲୋକ

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ୱିଜବର କାନୁନ୍‌ଗୋଙ୍କର ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ପରଲୋକ ହୋଇଯାଇଛି । କୋଭିଡ୍ କଟକଣା ପାଳନପୁର୍ବକ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ପାଳିତ ହୋଇଛି । ପୁଅ ସୌମେନ୍ଦ୍ର କାନୁନ୍‌ଗୋ, ଝିଅ ସ୍ମିତା ଓ ପୁତୁରା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ସିଦ୍ଧାର୍ଥ କାନୁନ୍‌ଗୋ ଆଦିଙ୍କ ଉପସ୍ଥିତିରେ ସତ୍କାର କରାଯାଇଛି ।

ଜିଲା ପୁର୍ନଗଠନ ପରେ ଦ୍ୱିଜବର କାନୁନ୍‌ଗୋ ଅନୁଗୁଳର ପ୍ରଥମ ଜିଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ଭୁବନେଶ୍ୱରର ଅତିରିିକ୍ତ ଜିଲାପାଳ, ସାଧାରଣ ପ୍ରଶାସନ ବିଭାଗର ମାହାଲ ନିର୍ଦ୍ଦେଶକ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସେ ଅବସ୍ଥାପିତ ଥିଲେ ।

ରାଜଧାନୀ କଲେଜ, କ୍ୟାପିଟାଲ ଆଇନ୍ କଲେଜ, ଏକାମ୍ର କଲେଜ, କମଳାନେହେରୁ ମହିଳା କଲେଜ ଆଦି ଶିକ୍ଷାଅନୁଷ୍ଠାନ ପାଇଁ ସରକାରୀ ଜମି ଯୋଗାଣ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।

ଅବସରପରେ ସେ ଓକିଲାତି କରୁଥିଲେ । କଟକ ଜିଲ୍ଲାର ନିଆଳି ଅନ୍ତର୍ଗତ ମାଧବ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଏବଂ ବନ୍ଧୁ ବତ୍ସଳ ତଥା ପରୋପକାରୀ ବ୍ୟକ୍ତିଭାବେ ବିଭିନ୍ନ ମହଲରେ ତାଙ୍କର ଆଦୃତ୍ତି ଥିଲା ।