Home Covid ଦୈନିକ ୫୦ଉପରେ ମୃତ୍ୟୁ ଟ୍ରେଣ୍ଡ୍‍ ଜାରି

ଦୈନିକ ୫୦ଉପରେ ମୃତ୍ୟୁ ଟ୍ରେଣ୍ଡ୍‍ ଜାରି

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁର ଟ୍ରେଣ୍ଡ୍‍ ୫୦ ଉପରେ ଜାରି ରହିଛି । ଗତ ଚାରିଦିନ ଧରି ଏହି ଧାରା ବଜାୟ ରହିବା ଫଳରେ ରାଜ୍ୟରେ ୨୨୯ଜଣଙ୍କ ଜୀବନ ଯିବା ସହିତ ମୋଟ୍‍ ମୃତ୍ୟୁସଂଖ୍ୟା ୪୪୧୫ ରେ ପହଞ୍ଚିଛି । ଗତ ୫ ତାରିଖରେ ପ୍ରଥମଥର ପାଇଁ ରାଜ୍ୟରେ ୫୨ଜଣ ମୃତ୍ୟୁ ତାଲିକା ଜାରି ହୋଇଥିବାବେଳେ ୬ତାରିଖରେ ୫୧, ସାତ ତାରିଖରେ ୫୯ ଓ ଆଜି ୫୭ ଜଣଙ୍କ ତାଲିକା ପ୍ରକାଶ ପାଇଛି ।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଗତକାଲି ଗୋଟିଏ ଦିନରେ ଆଉ ୫୭ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୧୦ଜଣ ôତବାବେଳେ ସୁନ୍ଦରଗଡ, ପୁରୀ, ନୟାଗଡ, ଗଞ୍ଜାମ ଓ ବରଗଡରେ ୫ଜଣ କରି ମୃତ୍ୟୁବରଣ କରିଥିବାବେଳେ କୋରାପୁଟ ଓ ଢେଙ୍କାନାଳରେ ୪ଜଣ କରି, ଅନୁଗୁଳ ଓ ମୟୁରଭଞ୍ଜରେ ୩ଜଣ କରି ଏବଂ ରାୟଗଡା, ଦେବଗଡ ଓ ବାଲେଶ୍ୱରରେ ଜଣେ କରି ମୃତ୍ୟୁବରଣ କରିଛନ୍ତି । ୧୦ଜଣଙ୍କ ମୃତ୍ୟୁ ସହିତ ଖୋରଧାରେ ରାଜ୍ୟରେ ସର୍ବାଧିକ ମୃତ୍ୟୁ ୭୨୦ ହୋଇଛି ।

ସେହିଭଳି ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୫୪୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪୨୮ଜଣ ଥିବାବେଳେ ଖୋରଧାରୁ ୪୨୪, ବାଲେଶ୍ୱରରୁ ୨୨୧, କେନ୍ଦ୍ରାପଡାରୁ ୧୬୭, ପୁରୀରୁ ୧୫୦, ଯାଜପୁରରୁ ୧୩୯, ଜଗତ୍‍ସିଂହପୁରରୁ ୧୨୮, ମୟୁରଭଞ୍ଜରୁ ୧୨୪ ଓ ଭଦ୍ରକରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ତଳେ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୨ଜଣ ବଲାଙ୍ଗିରରୁ, ୫ଜଣ ସୋନପୁରୁ, ଦେବଗଡ ଓ ବୌଦରୁ ୭ଜଣ କରି, ନୂଆପଡାରୁ ୮ ଓ କଳାହାଣ୍ଡି ଜିଲ୍ଲାରୁ ୧୦ଜଣ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ପଜିଟିଭ ସଂଖ୍ୟା ୯,୩୨,୩୩୦ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୯,୦୦,୨୮୨ଜଣ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୭,୫୮୦ ଥିବାବେଳେ ଖୋରଧା, କଟକ ଓ ବାଲେଶ୍ୱର ଜିଲ୍ଲା ରେଡ୍‍ ଜୋନ୍‍ରେ ରହିଛି ।