Home Health ଦେଢ ହଜାର ତଳେ କରୋନା

ଦେଢ ହଜାର ତଳେ କରୋନା

ରାଜ୍ୟରେ କରୋନା ସଂକ୍ରମଣ ଦେଢ ହଜାର ତଳକୁ ଖସିଛି । ୩୦ ଜିଲ୍ଲାରୁ ୧୪୮୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୬୨୨ ଲୋକାଲ କେସ୍‍ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଦୀର୍ଘଦିନ ପରେ କରୋନା ସଂକ୍ରମଣରେ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି ।

ନୂତନ ଭାବେ ୧୪୮୦ ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮.୬୯୫ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୨,୬୪,୧୦୨ ଜଣ ସୁସ୍ଥହୋଇ ସାରିଲେଣି । ମାତ୍ର ୧୭,୨୮୨ କରୋନା ସଂକ୍ରମିତ ଚିକିତ୍ସାଧିନ ରହିଥିବା ଜଣାଯାଇଛି ।

ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୪୧ ରୋଗୀ ବାହାରିଥିବାବେଳେ ମୟୁରଭଞ୍ଜରେ ୧୧୩, ଖୋରଧାରେ ୧୧୦ କଟକରେ ୧୦୬ ଜଣ ଚିହ୍ନଟ ହୋଇଛନ୍ତି । ସେହଭଳି ସୁନ୍ଦରଗଡରୁ ୯୦, କେନ୍ଦୁଝରରୁ ୮୭, ବାଲେଶ୍ୱରରୁ ୮୪, ଜଗତ୍‍ସିଂହପୁରରୁ ୭୨, କେନ୍ଦ୍ରାପଡାରୁ ୫୧ ଓ ଝାରସୁଗୁଡାରୁ ୫୦ଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଗୁଡିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ତଳକୁ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୬ଜଣ ଗଜପତି ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଆଜି ସୁଦ୍ଧା ରାଜ୍ୟରେ ୪୩,୫୪,୯୫୬ଟି ନମୂନା ପରୀକ୍ଷା ହୋଇଥିବାବେଳେ ଏଥି ମଧ୍ୟରୁ ୬.୪୯ ପ୍ରତିଶତ ନମୂନା କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬,୮୮୧ ନମୂନା ପରୀକ୍ଷା ହୋଇଥିବା ଜଣାଯାଇଛି ।

କରୋନାରେ ସଂକ୍ରମିତ ଆଉ ୧୪ଜଣ ଜଣଙ୍କ ମୃତ୍ୟୁ ଘଟିବା ସହିତ ରାଜ୍ୟରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୧୨୫୯ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୩ଜଣ ଥିବାବେଳେ କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ଜଣ କରି ଏବଂ ବରଗଡ, ଗଞ୍ଜା ଓ ସମ୍ବଲପୁର ଜିଲ୍ଲାରୁ ଜଣେ କରି ଅଛନ୍ତି । ୨୨୭ ମୃତ୍ୟୁ ସହିତ ଗଞ୍ଜାମ ପ୍ରଥମ ସ୍ଥାନରେ ଥିବାବେଳେ ଖୋରଧାରେ ୨୧୫ ଓ କଟକରେ ୧୦୫ ଜଣ ମରିଛନ୍ତି ।