Home Covid ଦେଢ ହଜାର ତଳକୁ ଖସିଲା କରୋନା

ଦେଢ ହଜାର ତଳକୁ ଖସିଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗତ ୨୪ଘଣ୍ଟା ମଧ୍ୟରେ ଦେଢ ହଜାର ତଳକୁ ହ୍ରାସ ପାଇ ୧୪୯୭ରେ ପହଞ୍ଚିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ୨୮୩ଜଣ ଶିଶୁ ରହିଥିବାବେଳେ କ୍ୱାରେଣ୍ଟାଇନ୍‍ରୁ ୮୭୪ଜଣ ରହିଛନ୍ତି । ସେହଭଳି ୬୨୩ ଲୋକାଲ କେଶ୍‍ ରହିଛନ୍ତି ।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ରୋଗୀଙ୍କ ସଂଖ୍ୟା ୧୨,୩୭,୯୭୬ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୧୨,୬୮,୩୦୮ ଜଣ ସୁସ୍ଥ ହୋଇ ସାରିଲେଣି । ସେହିଭଳି ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୫୨୫କୁ ହ୍ରାସ ପାଇଛି ।

ଚିହ୍ନଟ ହୋଇଥିବା ୧୪୯୭ଜଣ ସଂକ୍ରମିତଙ୍କ ମଧ୍ୟରେ କେବଳ ଖୋରଧା ଜିଲ୍ଲାରୁ ୨୫୧ ଓ ସୁନ୍ଦରଗଡ ଜିଲ୍ଲାରୁ ୧୦୧ ଜଣ ରହିଥିବାବେଳେ ସୋନପୁର, ମାଲକାନଗିରି ଓ ଗଞ୍ଜାମକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ଦୁଇ ଅଙ୍କରେ ରହିଛି । ସୋନପୁରରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମାଲକାନଗିରି ଜିଲ୍ଲାରେ ୭ ଓ ଗଞ୍ଜାମରେ ୮ଜଣ ଚିହ୍ନଟ ହୋଇଛନ୍ତି ।

କରୋନା ଗ୍ରାଫ ଦ୍ରୁତ ଗତିରେ ହ୍ରାସ ପାଉଥିଲେ ମଧ୍ୟ ଖୋରଧା ଜିଲ୍ଲା ଏବେ ବି ରେଡ୍‍ ଜୋନ୍‍ରେ ରହିଛି । ଏହି ଜିଲ୍ଲାରେ ୪୬୨୨ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସୁନ୍ଦରଗଡରେ ୧୬୬୧, କଟକରେ ୧୪୫୪ ଓ ଯାଜପୁରରେ ୧୧୩୬ ସକ୍ରିୟ ରୋଗୀ ଥିବାରୁ ଏହି ଜିଲ୍ଲାଗୁଡିକ ଏଲୋ ଜୋନ୍‍ରେ ରହିଛି । ସବୁଠାରୁ କମ୍‍ ୧୨୦ଜଣ ସକ୍ରିୟ ରୋଗୀ ମାଲକାନଗିର ଜିଲ୍ଲାରେ ରହିଛନ୍ତି ।

ସେହିଭଳି ରାଜ୍ୟରେ ଆଉ ୨୦ଜଣଙ୍କ ମୃତ୍ୟୁ କରୋନାରେ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି । ଏହି ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୭୫୪ରେ ପହଞ୍ଚି ଥିବାବେଳେ ଖୋରଧା ଜିଲ୍ଲାରେ ସର୍ବାଧିକ ୬ଜଣଙ୍କ ମୃତ୍ୟୁ ଉଲ୍ଲେଖ କରାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦,୪୮୩ ଟି କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୪.୫୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।