Home General ଦୁର୍ଘଟଣାରେ ଚାଲିଗଲେ ଜୀମୂତ ମଙ୍ଗରାଜ

ଦୁର୍ଘଟଣାରେ ଚାଲିଗଲେ ଜୀମୂତ ମଙ୍ଗରାଜ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଆଜି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା ।

ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ନିଜ ସ୍କୁଟିରେ ଆସୁଥିବାବେଳେ ଜାଆଁଳା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଶ୍ରୀ ମଙ୍ଗରାଜ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍‍ସକୁ ଆଣିଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବିଜୁ ବାବୁଙ୍କ ଉପରେ ପୁସ୍ତକ ରଚନା କରିଥିବା ଶ୍ରୀ ମଙ୍ଗରାଜ ତିନି ତିନୋଟି ପିଏଚ.ଡି ଡିଗ୍ରୀ ହାସଲ କରିଥିଲେ । ତାଙ୍କ ଦ୍ୱାରା ସମ୍ପାଦିତ ରାଜନୈତିକ ସାପ୍ତାହିକ ନେତା ଖବରକାଗଜ ବେଶ୍‍ ଆଦୃତ ଲାଭ କରିଥିଲା । ସଚିବାଳୟ ସାମ୍ବାଦିକ ସଂଘର ନେତୃତ୍ୱ ନେବା ସହିତ ତାଙ୍କର ନିଆରା କଥାବାର୍ତ୍ତା ଓ ଚାଲିଚଳଣ ପାଇଁ ସାମ୍ବାଦିକ ମହଲରେ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ ।

ଦୁଇବର୍ଷ ତଳୁ ଶ୍ରୀ ମଙ୍ଗରାଜଙ୍କ ପତ୍ନୀ ପ୍ରାଣ ହରାଇଥିବାବେଳେ ତାଙ୍କର ଗୋଟିଏ କନ୍ୟା ଓ ପୁତ୍ର ରହିଛନ୍ତି । ଶ୍ରୀ ମଙ୍ଗରାଜଙ୍କ ଅକାଳ ବିୟୋଗରେ ଆଜି ଗଣମାଧ୍ୟମ ମହଲରେ ଶୋକର ଛାୟା ଖେଳିଯାଇଛି ।