Home Covid ଦିନକରେ ୧୨ହଜାର ଟପିଲା

ଦିନକରେ ୧୨ହଜାର ଟପିଲା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ହଜାରକୁ ଟପିଯାଇଛି । ସେହିଭଳି ଗୋଟିଏ ଦିନରେ ସର୍ବାଧିକ ୧୯ଜଣଙ୍କ କରୋନାରେ ମୃତ୍ୟୁ ରେକର୍ଡ ହୋଇଛି ।

୨୪ଘଣ୍ଟା ରେ ରାଜ୍ୟରେ ସର୍ବାଧିକ ୧୨,୨୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୨୦୭୩, ଖୋରଧାରୁ ୧୮୨୮ ଚିହ୍ନଟ ହୋଇଥିବାବେଳେ କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡରୁ ୪୭୫, ବାଲେଶ୍ୱରରୁ ୪୩୭, ଭଦ୍ରକରୁ ୩୮୧, ପୁରୀରୁ ୩୬୯, ଯାଜପୁରରୁ ୩୧୮, ଗଞ୍ଜାମରୁ ୩୧୨ ଓ ଝାରସୁଗୁଡାରୁ ୩୦୬ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ୩ଶହ ତଲେ ଥିବାବେଳେ ସବୁଠାରୁ କମ୍‍ ଦେବଗଡ ଓ ମାଲକାନଗିରିରୁ ୬୦ଜଣ କରି ଓ କନ୍ଧମାଳରୁ ୬୯ଜଣ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୯୧ ଜଣ ଚିହ୍ନଟ ହୋଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ତିନି ଅଙ୍କରେ ରହିଛି ।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୧୨,୪୦୦ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୪,୨୩,୨୫୭ଜଣ ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୬,୯୫୦ ରହିଛି ।

ସେହିଭଳି ରାଜ୍ୟରେ କୋଭିଡ ଆଉ ୧୯ଜଣଙ୍କ ପ୍ରାଣ ନେବାପରେ ମୋଟ୍‍ ମୃତକଙ୍କ ସଂଖ୍ୟା ୨୧୪୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଖୋରଧା ଓ ସୁନ୍ଦରଗଡ ଜିଲ୍ଲାରୁ ୪ଜଣ କରି ଥିବାବେଳେ ପୁରୀ ଓ ଗଞ୍ଜାମରୁ ୨ଜଣ କରି ଏବଂ ଅନୁଗୁଳ, ବଲାଙ୍ଗିର, କଟକ, ଦେବଗଡ, ଗଜପତି, ଝାରସୁଗୁଡା ଓ କଳାହାଣ୍ଡିରୁ ଜଣେ କରି ଅଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ କୋଭିଡ ପରୀକ୍ଷା ସଂଖ୍ୟା ଗତକାଲି ୫୦ହଜାରକୁ ଟପିଛି । ଗୋଟି ଦିନରେ ମୋଟ୍‍ ୫୦,୭୯୯ ନମୂନା ପରୀକ୍ଷା ସହିତ ମୋଟ୍‍ କୋଭିଡ ପରୀକ୍ଷା ସଂଖ୍ୟା ୧,୦୪,୧୮,୨୧୭ ହୋଇଥିବାବେଳେ ଏଥିରୁ ୪.୯୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।