Home Health ଦିନକରେ ରେକର୍ଡ ୩୨ ମୃତ୍ୟୁ

ଦିନକରେ ରେକର୍ଡ ୩୨ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନାଜନିତ ମୃତ୍ୟୁ । ଗତ ଚାରି ଦିନ ଧରି ଏହା ୨୫ ଉପରେ ରହୁଥିବା ବେଳେ ଗତ ୨୪ଘଣ୍ଟାରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବର ସବୁ ରେକର୍ଡକୁ ପଛରେ ପକାଇ ଦେଇଛି ଆଜିର କରୋନା ମୃତ୍ୟୁ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି ।

୧୩ଟି ଜିଲ୍ଲାରୁ ଏହି ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ରହିଛନ୍ତି । ଗଞ୍ଜାମ ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଅନୁଗୋଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଛି । ସେହିପରି ଗଜପତି ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜି ଥିବା ବେଳେ ବଲାଙ୍ଗିର, କଟକ, କେନ୍ଦୁଝର, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ନାବାଳିକା ରହିଛନ୍ତି ।

ଆଉ ୬ ଜଣଙ୍କ ଜୀବନ ଯିବା ସହିତ ଖୋର୍ଦ୍ଧା ଜିଲ୍ଲାରୁ କରୋନାରେ ଏଯାବତ ୪୪୧ ଜଣଙ୍କ ମୃତ୍ୟୁ ଘଟିଲାଣି, ଯାହା ସାରା ରାଜ୍ୟରେ ସର୍ବାଧିକ । ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୨୪୫କୁ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମରେ ୨୭୭, କଟକରେ ୧୫୪, ପୁରୀରେ ୧୫୩, ଅନୁଗୋଳରେ ୭୫, ବଲାଙ୍ଗିରରେ ୬୦,ଗଜପତିରେ ୪୯, ଝାରସୁଗୁଡ଼ାରେ ୩୬, କଳାହାଣ୍ଡିରେ ୮୯, କେନ୍ଦୁଝରରେ ୪୯, ନୟାଗଡ଼ରେ ୪୯ ଓ ସମ୍ବଲପୁର ଜିଲ୍ଲାରେ ୮୮କୁ ବୃଦ୍ଧି ପାଇଛି ।

ଏହା ସହ ରାଜ୍ୟରେ ଦିନକରେ ୧୧,୦୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ଡେଇଁଛି । ଗତକାଲି ଠାରୁ ଏହା ସମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ୧୦ହଜାର ଉପରେ ରହିଛି ।ରାଜ୍ୟରେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୮୯ ହଜାର ୬୧୦ ଜଣ ସୁସ୍ଥ ହୋଇସାରିଛନ୍ତି । ଲକ୍ଷେ ୧୧ ହଜାର ୨୬୨ ଜଣ ଚିକିତ୍ସାଧୀନ ଅଛନ୍ତି ।

୧୧,୦୫୯ ନୂଆ ଆକ୍ରାନ୍ତ ମଧ୍ୟରୁ ୬୧୯୩ ଜଣ କ୍ୱାରେଣ୍ଟାଇନରୁ ଓ ବାକି ୪୮୬୬ଟି ହେଉଛି ଲୋକାଲ୍ କେସ୍ । କଟକ ଜିଲ୍ଲାରେ ସର୍ବାଧିକ ୧୧୩୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଟିକେ କମିଛି । ଏହି ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ୧୦୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତୃତୀୟ ସ୍ଥାନରେ ରହିଛି ଅନୁଗୁଳ ଜିଲ୍ଲା । ଏଠାରୁ ୮୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୨୯, ମୟୂରଭଞ୍ଜରୁ ୬୬୨ ଓ ଯାଜପୁର ଜିଲ୍ଲାରୁ ୫୬୪ ଜଣ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲା ୪୦୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୩୬୭, ଭଦ୍ରକରୁ ୩୭୭, ବଲାଙ୍ଗିରରୁ ୧୬୬, ବୌଦ୍ଧରୁ ୨୬୧, ଦେବଗଡ଼ରୁ ୧୦୩, ଢେଙ୍କାନାଳରୁ ୩୫୧, ଗଜପତି ୬୭, ଗଞ୍ଜାମରୁ ୧୫୫, ଜଗତସିଂହପୁରରୁ ୩୩୦, ଝାରସୁଗୁଡ଼ାରୁ ୨୨୮, କଳାହାଣ୍ଡିରୁ ୪୦୭, କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୩୦୯, କେନ୍ଦୁଝରରୁ ୨୦୦, କୋରାପୁଟରୁ ୧୭୫, ମାଲକାନଗିରିରୁ ୯୮, ନବରଙ୍ଗପୁରରୁ ୩୨୨, ନୟାଗଡ଼ରୁ ୨୪୬, ନୂଅ ।ପଡ଼ାରୁ ୪୪, ପୁରୀରୁ ୪୩୦, ରାୟଗଡ଼ାରୁ ୧୭୭, ସମ୍ବଲପୁରରୁ ୩୭୯ ଓ ସୋନପୁର ଜିଲ୍ଲାରୁ ୨୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲରୁ ୨୦୩ ଜଣ ଚିହ୍ନଟ ହୋଇଛନ୍ତି ।