Home General ଦିଆଯିବ ସଡକ ଦୁର୍ଘଟଣା କାରଣ ଅନୁସନ୍ଧାନ ତାଲିମ

ଦିଆଯିବ ସଡକ ଦୁର୍ଘଟଣା କାରଣ ଅନୁସନ୍ଧାନ ତାଲିମ

ଭୁବନେଶ୍ୱର:ଦୁର୍ଘଟଣା ଅନୁସନ୍ଧାନ ପ୍ରକ୍ରିୟା ଏବଂ ଏହାର ପ୍ରାସଙ୍ଗିକତା ବିଷୟରେ ବୈଜ୍ଞାନିକ ବୁଝାମଣା ପ୍ରଦାନ କରିବାଉ ଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଦୁର୍ଘଟଣା କାରଣ ଅନୁସନ୍ଧାନ ତାଲିମ କାର୍ଯ୍ୟକ୍ରମକୁ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ସୋମବାର ଦିନ ପୋଲିସ କମିଶନରେଟରେ ଉଦଘାଟନ କରିଛନ୍ତି।

ଏହା ଓଡିଶାରେ ପ୍ରଥମ ପ୍ରକାରର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଯେଉଁଠାରେ ପୋଲିସ ଏବଂ ପରିବହନ ବିଭାଗର ଅଧିକାରୀମାନଙ୍କୁ ଏକ ଦୁର୍ଘଟଣାର ପ୍ରାଥମିକ ତଥ୍ୟକୁ ବୈଜ୍ଞାନିକ ଉପାୟରେ କିପରି ଅନୁସନ୍ଧାନ କରିବେ, ସେଥିପାଇଁ ତାଲିମ ଦିଆଯିବ, ଯାହା ପରବର୍ତ୍ତୀ ସମୟରେ ସଡକ ଟ୍ରାଫିକ ଦୁର୍ଘଟଣା ହ୍ରାସ ପାଇଁ ନୀତିସ୍ତରୀୟ ହସ୍ତକ୍ଷେପର ପରିକଳ୍ପନାକୁ ସହଜ କରିଥାଏ |

ଏହି ଅବସରରେ ମନ୍ତ୍ରୀ କହିଛନ୍ତି,“ସଡକ ଦୁର୍ଘଟଣା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ସଡ଼କଦୁର୍ଘଟଣା ହେତୁ 45000 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତିମୃତ୍ୟୁହାର ହ୍ରାସ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଷୟରେ ସେ କହିଛନ୍ତି, “ଏହି ତାଲିମ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ସମସ୍ତ ସମ୍ଭାବ୍ୟ କାରଣକୁ ନେଇ ଏକ ସଡ଼କ ଦୁର୍ଘଟଣାର ଅନୁସନ୍ଧାନ ପାଇଁ ପୋଲିସ ଏବଂ ପରିବହନ ବିଭାଗ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କରିବ

ଲାଇସେନ୍ସ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଶ୍ରୀ ସୁନୀଲ କୁମାର ବଂଶଲ, ଡିଜି, ପୋଲିସ, ମୁଖ୍ୟବକ୍ତା ଭାବେ ଡ୍ରାଇଭିଂ ଲାଇସେନ୍ସ ପାଇବା ପ୍ରକ୍ରିୟାକୁ ଅଧିକ କଠୋର ଏବଂ ଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେତାଲିମ କାର୍ଯ୍ୟକ୍ରମ ବିଷୟରେ ସେ କହିଛନ୍ତି ଯେ ତାଲିମପ୍ରାପ୍ତ ତଥା କୁଶଳୀ ଅନୁସନ୍ଧାନକାରୀମାନେ ରାଜ୍ୟରେ ସଡକ ସୁରକ୍ଷା ଦୃଷ୍ଟିକୋଣରେ ଉନ୍ନତି ଆଣିବାପାଇଁ ଉଭୟ ଏନଫୋର୍ସମେଣ୍ଟ ଏବଂ ସଡକ  ମାଲିକାନା ଏଜେନ୍ସିଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ପ୍ରଦାନ କରିପାରିବେବୈଜ୍ଞାନିକ ଉପାୟରେ ଅନୁସନ୍ଧାନ କିପରି କରିବେ ତାଲିମ ପ୍ରାପ୍ତ ହୁଅନ୍ତୁ |

ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଭୁବନେଶ୍ୱର କଟକ ପୋଲିସ କମିଶନର ଶ୍ରୀ ଏସ୍କେ ପ୍ରିୟଦର୍ଶୀ କହିଛନ୍ତି ଯେ  “ଆମେ କେବଳ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ରାଜ୍ୟରେ ଦୁର୍ଘଟଣା ହ୍ରାସ କରିପାରିବୁ ନାହିଁଆମେ ସମସ୍ତେ ବୁଝିପାରୁଛୁ ଯେ ସଡକ ସୁରକ୍ଷା କ୍ଷେତ୍ରରେ ଅଧିକ କାର୍ଯ୍ୟ ଏବଂ ପ୍ରୟାସ ଆବଶ୍ୟକ | ଜୀବନରକ୍ଷା କରିବାର ମିଶନରେ ଆମ ସମସ୍ତଙ୍କର ଏକ ସମନ୍ୱୟ ରହିବା ଆବଶ୍ୟକ

ଓଡ଼ିଶା ପୋଲିସର ମିଳିତ ସହଯୋଗରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହେଉଛି | ସଡକ ସୁରକ୍ଷା ତାଲିମ ପାଇଁ ଏନଜିଓ ମୁସ୍କାନ୍ ହଭାଗୀ | ଏହି ସଂସ୍ଥା ହିତାଧିକାରୀଙ୍କ ଦକ୍ଷତା ବୃଦ୍ଧି, ସଡକ ସୁରକ୍ଷା ସଚେତନତା, ଆଡଭୋକେସୀ ଆଦି କ୍ଷେତ୍ରରେ ବିଗତ  20 ବର୍ଷ ଧରି କାର୍ଯ୍ୟ କରୁଛି |

ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣର ଅପଗ୍ରେଡ ୱେବସାଇଟ୍ ଓଡିଶାର ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ କରିଥିଲେପରିବହନ ସମ୍ବନ୍ଧୀୟ ପ୍ରଶ୍ନ ଗୁଡ଼ିକପାଇଁ ନବୀକରଣ ହୋଇଥିବା ୱେବସାଇଟ୍ରେ ଅନେକ ତଥ୍ୟ ରହିଛି |

ଏହି ଅବସରରେ ଓଡ଼ିଶାର ସଡକ ସୁରକ୍ଷା କ୍ଷେତ୍ରରେ ଭଲକାମ କରିଥିବା କିଛିଲୋକଙ୍କୁ ସମ୍ମାନିତ କରାଯାଇଥିଲା | ଏହା ପୂର୍ବରୁ ବିଷ୍ଣୁପଦ ସେଠୀ (ପ୍ରମୁଖନିର୍ଦେଶକ, ବାଣିଜ୍ୟଏବଂପରିବହନବିଭାଗ) କହିଛନ୍ତି, “ଆମ ରାଜ୍ୟରେ ପ୍ରତିବର୍ଷ  5000 ରୁ ଅଧିକ ଲୋକ ଦୁର୍ଘଟଣାରେ ପ୍ରାଣ ହରାନ୍ତିସଡକ ଡ୍ରାଇଭରମାନଙ୍କ ଆଚରଣରେ ପରିବର୍ତ୍ତନ ଆଣିବାକୁ ପଡିବ | ସଡକ ସୁରକ୍ଷା ଆମ ସରକାରଙ୍କ ପାଇଁ ଏକ ପ୍ରାଥମିକତାକ୍ଷେତ୍ର ଏବଂ ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆମେ ଅନେକ ପଦକ୍ଷେପ ନେଉଛୁ

ପରିବହନ କମିଶନର କମ ଚେୟାରମ୍ୟାନ୍ଶ୍ରୀ ଅରୁଣ ବୋଥ୍ରା ସ୍ୱାଗତ ଭାଷଣ ଦେଇ କହିଛନ୍ତି ଯେ ଦୁର୍ଘଟଣା କାହିଁକି ଘଟେ, କେଉଁ କାରଣ ଗୁଡିକ ବିପଦକୁ ପ୍ରଭାବିତକରେ ଏବଂ ଦୁର୍ଘଟଣାର ଗମ୍ଭୀରତା ନିର୍ଣ୍ଣୟକରେ ଏବଂ ବୁଝିବାପାଇଁ ସଡକ ସୁରକ୍ଷା ତଥ୍ୟ ବିଶ୍ଳେଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେଏହି ବୁଝାମଣା ଉପରେ, ସେମାନଙ୍କୁ କିପରି ଅଧିକ ପ୍ରଭାବଶାଳୀ ଏବଂ ଦକ୍ଷତାର ସହିତ ରୋକାଯାଇ ପାରିବ ସେ ସମ୍ବନ୍ଧରେ ନିର୍ଭରଯୋଗ୍ୟ ସିଦ୍ଧାନ୍ତରେ ପହଞ୍ଚିବା ଜରୁରୀ| ”

LEAVE A REPLY

Please enter your comment!
Please enter your name here