Home Covid ତିନି ହଜାର ତଳେ କରୋନା

ତିନି ହଜାର ତଳେ କରୋନା

ଭୁବନେଶ୍ୱର : ପାଖାପାଖି ଦୁଇମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ହଜାର ତଳକୁ ଆସିଛି । ରାଜ୍ୟରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୯୫୭ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୮,୮୩,୪୯୦ରେ ପହଞ୍ଚିଛିା

ଦୈନିକ ସଂକ୍ରମଣ ସଂଖ୍ୟା ତିନି ହଜାର ତଳକୁ ଆସିଥିବାବେଳେ ୧୭ଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କରେ ସୀମିତ ଏବଂ ଗୋଟିଏ ଜିଲ୍ଲାରେ ଏହା ଏକ ଅଙ୍କରେ ରହିଛି । ସଂକ୍ରମିତଙ୍କ ମଧ୍ୟରୁ ୧୬୯୮ଜଣ କ୍ୱାରେଣ୍ଟାଇନ୍‍ରୁ ଚିହ୍ନଟ ହୋଇଥିବାବେଳେ ୧୨୫୯ ଲୋକାସ କେଶ୍‍ ହୋଇଥିବା ଜଣାଯାଇଛି ।

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୪୦୮ଜଣ ଥିବାବେଳେ କଟକରୁ ୨୭୨, ଯାଜପୁରରୁ ୨୬୦, ବାଲେଶ୍ୱରରୁ ୨୪୭, ପୁରୀରୁ ୨୧୯, ଭଦ୍ରକରୁ ୧୯୨, ମୟୁରଭଞ୍ଜରୁ ୧୩୫, କେନ୍ଦ୍ରାପଡାରୁ ୧୧୬, ନୟାଗଡାରୁ ୧୧୨, ଅନୁଗୁଳରୁ ୧୧୦ ଓ ଜଗତ୍‍ସିଂହପୁରରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ କମ୍‍ ମାତ୍ର ୩ଜଣ ସଂକ୍ରମିତ ଝାରସୁଗୁଡା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଦେବଗଡ ଓ ନୂଆପଡାରୁ ୧୦କରି, ଗଞ୍ଜାମରୁ ୧୮, ଗଜପତିରୁ ୨୪, ସୋନୁପରରୁ ୨୫, ସମ୍ବଲପୁରରୁ ୨୮, ବଲାଙ୍ଗିରରୁ ୩୭, କଳାହାଣ୍ଡିରୁ ୨୮, ଢେଙ୍କାନାଳରୁ ୪୨, ନବରଙ୍ଗପୁରରୁ ୪୫, ବୌଦରୁ ୪୭, କନ୍ଧମାଳରୁ ୫୧, ମାଲକାନଗିରିରୁ ୫୬, କେନ୍ଦୁରରୁ ୫୭, ସୁନ୍ଦରଗଡରୁ ୫୮, କୋରାପୁଟରୁ ୬୦ ଓ ରାୟଗଡାରୁ ୬୩ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ବୃଦ୍ଧି ପାଇବା ଫଳରେ ମୋଟ୍‍ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪,୯୬୫ରେ ପହଞ୍ଚିଛି । ସେହିଭଳି ଆଜି ସୁଦ୍ଦା ରାଜ୍ୟରେ ୧,୩୨,୧୭,୮୦୭ କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୬.୬୯ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗତ ୨୪ଘଣ୍ଟାରେ ରାଜ୍ୟରେ ୩୮ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୩୬୭୧ରେ ପହଞ୍ଚିଛି । ନୂଆ ମୃତକଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୬ଜଣ ଥିବାବେଳେ କଟକ ଓ ବରଗଡରୁ ୫ଜଣ କରି ରହିଛନ୍ତି । ପୁରୀ ଓ ମୟୁରଭଞ୍ଜରୁ ୪ଜଣ କରି କରୋନାରେ ପ୍ରାଣ ହରାଇଥିବାବେଳେ ସମ୍ବଲପୁରରୁ ୩ଜଣ ରହିଛନ୍ତି । ଝାସୁଗୁଡା ଓ ଜଗତ୍‍ସିଂହପୁରରୁ ୨ଜଣ କରି ପ୍ରାଣ ହରାଇଥିବାବେଳେ ଦେବଗଡ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, କୋରାପୁଟ ଓ ସୁନ୍ଦରଗଡରୁ ଜଣେ କରି ପ୍ରାଣ ହରାଇଛନ୍ତି ।