Home Administration ତିନି ପୌରସଂସ୍ଥାରେ ଅଧିକାରୀ ନିଯୁକ୍ତିକୁ ମଞ୍ଜରୀ

ତିନି ପୌରସଂସ୍ଥାରେ ଅଧିକାରୀ ନିଯୁକ୍ତିକୁ ମଞ୍ଜରୀ

ଭୁବନେଶ୍ୱର : ନୂତନ ଭାବେ ସୃଷ୍ଟି ହୋଇଥିବା ତିନିଟି ପୌରସଂସ୍ଥାରେ ଅଧିକାରୀ ନିଯୁକ୍ତିକୁ ରାଜ୍ୟ ଅର୍ଥ ବିଭାଗ ଆଜି ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ତଦନୁଯାୟୀ ପ୍ରତ୍ୟେକ ପୌରସଂସ୍ଥାରେ ୧୨ଜଣ କରି ନୂତନ ଅଧିକାରୀ ନିଯୁକ୍ତି ପାଇବେ ।

ଏହି ତିନିଟି ପୌରସଂସ୍ଥା ହେଲା ବିଜେପୁର, ଚାନ୍ଦବାଲି ଏବଂ ଧାମନଗର । ଏଠାରେ ନିଯୁକ୍ତି ହେବାକୁ ନୂତନ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ (ସିଭିଲ), ଆକାଉଣ୍ଟାଣ୍ଟ, ରାଜସ୍ୱ ସୁପରଭାଇଜର, ଟ୍ୟାକ୍ସ କଲେକ୍ଟର, ଅମିନ, କନିଷ୍ଠ ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟି ଅର୍ଗାନାଇଜର, ବରିଷ୍ଠ ଓ କନିଷ୍ଠ ସହାୟକ ଆଦି ଅର୍ନ୍ତଭୁକ୍ତ ।

ରାଜ୍ୟ ଅର୍ଥ ବିଭାଗ ସବୁଜ ସଙ୍କେତ ଦେଇଥିବାବେଳେ ଖୁବ୍‍ଶୀଘ୍ର ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ପଦବୀ ନିମନ୍ତେ ସରକାରଙ୍କର ସମସ୍ତ ନିଯୁକ୍ତି ସର୍ତ୍ତ ପାଳନ ପୂର୍ବକ ଚୟନ ପରୀକ୍ଷା ଅନୁଷ୍ଠିତ ହେବ ।