Home Environment ତିନି ଦିନ ବର୍ଷିବ

ତିନି ଦିନ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା କହିଛି । ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହିତ ବର୍ଷା ହେବ ।

ଆଇଏମଡି କହିଛି ଯେ ପଶ୍ଚିମ କେନ୍ଦ୍ରୀୟ ଏବଂ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି ।

ଲଘୁଚାପ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟରେ ବର୍ଷା କରିବ ବୋଲି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଅଧିକାରୀମାନେ କହିଛନ୍ତି ।

ଦକ୍ଷିଣ ଓଡ଼ିଶାର ଜିଲ୍ଲା ତଥା ଉତ୍ତର ଏବଂ ଉପକୂଳ ଓଡିଶାର ଜିଲ୍ଲା ଉପରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି ।

ଆଇଏମ୍‍ଡିର ପୂର୍ବାନୁମାନ ଅନୁଯାୟୀ ସୋମବାର ଦିନ କୋରାପୁଟ, ମାଲକାନଗିରି, ରାୟଗଡା, କାଲାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ।

ଜୁଲାଇ ୧୪ ରେ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ପରଦିନ (ଜୁଲାଇ ୧୫) ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ମୌସୁମୀ ସମୟରେ (ଆଜି ପର୍ଯ୍ୟନ୍ତ) ରାଜ୍ୟରେ ୨୫୯.୩ ମିଲିମିଟର ବର୍ଷା ହୋଇଛି ଯାହା ସାଧାରଣ ହାରାହାରି ବର୍ଷା ଠାରୁ ୨୦ ପ୍ରତିଶତ କମ୍ ଅଟେ ।

୩୦ ଟି ଜିଲ୍ଲା ମଧ୍ୟରୁ ୧୪ ଟିରେ ନିଅଣ୍ଟିଆ ମୌସୁମୀ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ଦର୍ଶାଇଛି ।

ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି – ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ରାୟଗଡା ଏହି ସମୟ ମଧ୍ୟରେ ନିଅଣ୍ଟଣ୍ଟ ବର୍ଷା ୨୦ ରୁ ୫୯ ପ୍ରତିଶତ ରେକର୍ଡ ହୋଇଛି । ଅବଶିଷ୍ଟ ଜିଲ୍ଲାଗୁଡିକରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here