Home General ଟ୍ୟାପ୍ ଯୋଗେ ପାନୀୟ ଜଳ ପାଇଁ ପୁରସ୍କୃତ

ଟ୍ୟାପ୍ ଯୋଗେ ପାନୀୟ ଜଳ ପାଇଁ ପୁରସ୍କୃତ

230
0

ଭୁବନେଶ୍ୱର : ପୁରୀରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ମିଶନର ସଫଳ ପରିଚାଳନା ପାଇଁ ଓଡିଶା ସରକାର ୧୮ ତମ ସିଏସ୍‍ଆଇ ଏସ୍‍ଆଇଜି ପୁରସ୍କାର ୨୦୨୦ ପାଇଛନ୍ତି । ସାରା ଭାରତର ୧୭୮ ନାମାଙ୍କନ ମଧ୍ୟରେ ପୁରୀକୁ ଏହି ଉତ୍କର୍ଷ ପୁରସ୍କାର ମିଳିଛି । ଓଡିଶା ସରକାରଙ୍କ ପକ୍ଷରୁ ୱାଟକୋର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସ୍ୱାଇଁ ଲକ୍ଷନୌ ଠାରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଦେଶର ସର୍ବବୃହତ ସୂଚନା ପ୍ରଯୁକ୍ତିବିଦ୍ୟା ସିଏସ୍‍ଆଇ ସମଗ୍ର ଭାରତରେ ୨୦୦୨ ଠାରୁ ଏହି ପୁରସ୍କାର ପ୍ରଦାନ କରୁଛି ।

ସୁଜଳ ନାମରେ କାର୍ଯ୍ୟକାରୀ ହେଉଥିବା ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ୧୩ ଅକ୍ଟୋବର ୨୦୨୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଟ୍ୟାପ ଦ୍ୱାରା ସହରାଞ୍ଚଳର ସମସ୍ତ ପରିବାରକୁ ସିଧାସଳଖ ପାନୀୟଜଳ ଯୋଗାଣ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ମିଶନ ହେଉଛି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ଦ୍ୱାରା ଏକ ଫ୍ଲାଗସିପ୍ ପଦକ୍ଷେପ ।

ଏହି ମିଶନର ଲକ୍ଷ୍ୟ ହେଉଛି ୨୪ଘଣ୍ଟା ସୁରକ୍ଷିତ ପାନୀୟ ଜଳ ଯୋଗାଣ ସହିତ ଜଳ ଉତ୍ସର ସୁରକ୍ଷା, ଉପଯୁକ୍ତ ଜଳ ପରୀକ୍ଷଣ ତଥା ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ପ୍ରଦୂଷଣ ରୋକିବା । ଏହା ମଧ୍ୟ ଓଭରହେଡ୍ ପାଣି ଟାଙ୍କି କିମ୍ବା ଭୂତଳ ଜଳଭଣ୍ଡାର, ମୋଟର ପମ୍ପ, ଆରଓ ଆଧାରିତ ଜଳ ଛଣା ଯନ୍ତ୍ର ଏବଂ ପାନୀୟ ଜଳ କ୍ରୟ ଉପରେ ବ୍ୟକ୍ତିଗତ ଆବଶ୍ୟକତାକୁ ଦୂର କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱର ଏବଂ ପୁରୀ ସହରର ୧୨ ଟି ଜୋନରେ ପାଇଲଟ୍ ପ୍ରକଳ୍ପର ସଫଳ କାର୍ଯ୍ୟ ସମାପ୍ତ ହେବା ପରେ ଏବଂ ଟ୍ୟାପ୍ ଜରିଆରେ ଲୋକଙ୍କୁ ପାନୀୟଜଳ ଯୋଗାଇବାରେ ଦେଶର ପ୍ରଥମ ରାଜ୍ୟ ହେବା ପରେ ୱାଟକୋ ବର୍ତ୍ତମାନ ଭୁବନେଶ୍ୱର ଏବଂ ପୁରୀ ଏବଂ ଅନ୍ୟାନ୍ୟ ସହରକୁ ଏହାର ପରିସରଭୁକ୍ତ କରିବାକୁ ଧ୍ୟାନ ଦେଉଛି । କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ, ବ୍ରହ୍ମପୁର ସହିତ ରାଜ୍ୟର ଅନ୍ୟ ସହରକୁ ଏହା ସମ୍ପ୍ରସାରିତ ହେବ ।

LEAVE A REPLY

Please enter your comment!
Please enter your name here