Home Covid ଟିକା ନେଲେ ସଂଖ୍ୟାଲଘୁ

ଟିକା ନେଲେ ସଂଖ୍ୟାଲଘୁ

ଭୁବନେଶ୍ୱର : ସହରର ସବୁ ବର୍ଗଙ୍କୁ ଟିକା ଦେବାର ରଣନୀତି ଆପଣେଇଛି ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) । ଗତ ଏକ ମାସ ହେବ ସହରର ସ୍ୱାସ୍ଥ୍ୟକେନ୍ଦ୍ର ଇତ୍ୟାଦିକୁ ବାଦ୍ ଦେବାପରେ ଅନେକ ସ୍ଥାନରେ ନାଗରିକଙ୍କୁ କୋଭିଡ଼୍‌-୧୯ ପ୍ରତିରୋଧି ଟିକାକରଣର ବ୍ୟବସ୍ଥା ହୋଇଛି ।

ଦକ୍ଷିଣ-ପୂର୍ବ ଜୋନ୍‌ରେ ୪୧ ନମ୍ବର ୱାର୍ଡ଼ରେ ଚାଲୁ ରହିଥିବା ପ୍ରେସ୍ କଲୋନୀ ବିଦ୍ୟାଳୟ ପ୍ରାଙ୍ଗଣ ଟିକା କେନ୍ଦ୍ରରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଟିକା ନେଇଥିବା ଜଣାପଡ଼ିଛି । ଏଥିରେ ରିକ୍ସା କଲୋନୀ, ଶାନ୍ତିନଗର, ମସଜିଦ୍ କଲୋନୀ, ମାଳିସାହି, ପି ଡ଼ବ୍ଲୁ ଡ଼ି କଲୋନୀ ଇତ୍ୟାଦି ବାସିନ୍ଦା ଏଠାରେ ଟିକା ନେଇ ନିଜର ସନ୍ତୁଷ୍ଟି ପ୍ରକାଶ କରିଥିବା ଜଣାପଡ଼ିଛି । ମାଳିସାହିଏବଂ ସଂଖ୍ୟାଲଘୁ ସଂପ୍ରଦାୟର ୬୦୦ ରୁ ଉର୍ଦ୍ଧ୍ୱ ନାଗରିକ ଏଠାରେ ଟିକା ନେଇଛନ୍ତି । ପ୍ରାଥମିକ ଭାବେ ଟିକାକୁ ନେଇ କିଛି ଦ୍ୱନ୍ଦ ମନରେ ଥିବାବେଳେ ସ୍ୱତନ୍ତ୍ର ଭାବେ ଗୋଷ୍ଠୀ ସଚେତନତା ଦ୍ୱାରା ସ୍ୱତଃ ପ୍ରକୃତ ଭାବେ ଟିକା ନେବା ଉଦାହରଣ ସୃଷ୍ଟି କରିଛି ।

ମହାନଗର ନିଗମର ଅଧିକ ବସ୍ତିବାସିନ୍ଦା ସାଲିଆସାହି ଅଂଚଳରେ ବାସ କରୁଛନ୍ତି । ଗତ ଏକ ମାସରୁ ଉର୍ଦ୍ଧ୍ୱ ଏହି ଅଂଚଳରେ ହୋଇଛି ଟିକାକରଣ କେନ୍ଦ୍ର । ଲୋୟଲା ସ୍କୁଲ୍ (ନର୍ଥ ଜୋନ୍‌) ପ୍ରାଙ୍ଗଣରେ ଏହି ଟିକାକରଣ କେନ୍ଦ୍ର ଚାଲୁରହିଛି ଏବଂ କ୍ରମଶଃ ଅଧିକରୁ ଅଧିକ ନାଗରିକଙ୍କୁ ଟିକା କରାଯାଉଛି । ଏଠାରେ ପ୍ରାୟ ଚାରିଗୋଟି ୱାର୍ଡ଼ ଯାହାକି ୱାର୍ଡ଼ ନମ୍ବର-୧୬, ୨୬, ୨୦ ଏବଂ ୨୧ ର ବାସିନ୍ଦାମାନେ ଟିକା ନେଇ ଚାଲିଛନ୍ତି ।

ନିୟମିତ ଭାବେ କମ୍ୟୁନିଟି ଅର୍‌ଗାନାଇଜର୍ ଏବଂ ୱାର୍ଡ଼ ଅ‘ିସର୍ ଓ ଅନ୍ୟାନ୍ୟ ଅଧିକାରୀ ଆମ ଅଂଚଳକୁ ଆସି ଏଠାରେ ଟିକାକରଣ ପାଇଁ ବୁଝାଇଛନ୍ତି । ଦିନକୁ ଦିନ ଅଧିକ ଲୋକ ଏଠାରେ ଟିକା ନେବା ମୁଁ ଦେଖି ଆସୁଛି । ପ୍ରକୃତରେ ଘର ପାଖରେ ଆସି ଏହି ବ୍ୟବସ୍ଥା ଆମ ବସ୍ତିବାସିନ୍ଦାଙ୍କୁ ଏକ ସ୍ୱତନ୍ତ୍ର ସାହାଯ୍ୟ; କହନ୍ତି ସାଲିଆସାହି ଆଦିବାସୀ ବସ୍ତିର ଶିବୁ ସୋରେନ୍ (୩୧) ।

ଅନୁରୂପ ଭାବେ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସାମ୍‌ପୁର ଗ୍ରାମାଂଚଳରେ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ଗୋଷ୍ଠୀଙ୍କୁ ସାମିଲ୍ କରି ଏଠାକାର ସାମ୍‌ପୁର ଗ୍ରାମ, ପଣ୍ଡାକୁଡ଼ିଆ, ନୂଆଗାଁ ପାର୍ଟ ଏବଂ କଳିଙ୍ଗନଗର ଅଂଚଳରେ ଥିବା ବାସିନ୍ଦା ଏଠାରେ କାଲି ଠାରୁ ଟିକା ନେଉଛନ୍ତି । ଆଂଚଳିକ ବାସିନ୍ଦା ଅବସରପ୍ରାପ୍ତ ଇଂଜିନିୟର୍ ‘ବିରଂଚି ନାରାୟଣ ପୃଷ୍ଟି (୬୫) କହନ୍ତି; ଯାହା ହେଉ ସରକାର ଏଭଳି କିଛି ବ୍ୟବସ୍ଥା କରିଛନ୍ତି ଫଳରେ ସାଧାରଣ ଲୋକେ, ଭୁବନେଶ୍ୱରର କୋଣ ଅନୁକୋଣରୁ ଟିକା ନେବାର ସୁବିଧା ପାଉଛନ୍ତି ।’

ଏହିସବୁ ଅଂଚଳରେ ହଜାର ହଜାର ନାଗରିକ ଟିକା ନେବାଦ୍ୱାରା ଦିନକୁ ଦିନ ନାଗରିକଙ୍କ ମ୍ମରେ ଏକ ପ୍ରକାର ସଚେତନତା ସୃଷ୍ଟି ହୋଇଛି । ନିୟମିତ ଗୋଷ୍ଠୀ ସଂଚାଳନ ଏବଂ ସେବା ପ୍ରଦାନ ସବୁ ବର୍ଗର ନାଗରିକଙ୍କୁ ଟିକା ନେବାର ଏକ ପ୍ରୋତ୍ସାହନ ହୋଇଛି; କହିଛନ୍ତି କମିଶନର ବି ଏମ୍ ସି ।