Home Education ଟାଇମ୍ସ ହାଇଅର ରାଙ୍କୀଙ୍ଗରେ ସୋଆ

ଟାଇମ୍ସ ହାଇଅର ରାଙ୍କୀଙ୍ଗରେ ସୋଆ

ସମ୍ନାନଜନକ ଟାଇମ୍ସ ହାଇଅର ଏଡୁକେସନ (ଟିଏଚଇ) ୱାର୍ଲଡ ୟୁନିଭର୍ସିଟି ରାଙ୍କୀଙ୍ଗରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିଅରିଂ ଓ ଟେକ୍ନୋଲୋଜ୍ଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧-୮୦୦ କାଟେଗୋରୀରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି) ବିଶ୍ୱବିଦ୍ୟାଳୟ |

ବୁଧବାର ପ୍ରକାଶିତ ଏହି ରାଙ୍କୀଙ୍ଗରେ କ୍ଲିନିକାଲ, ପ୍ରି କ୍ଲିନିକାଲ ଓ ହେଲଥ କାଟେଗୋରୀରେ ସୋଆ ୬୦୧+ ବ୍ରାକେଟରେ ସ୍ଥାନ ପାଇଛି | ପୂର୍ବରୁ ଟିଏଚଇ ୱାର୍ଲଡ ରାଙ୍କୀଙ୍ଗରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୦୦୧ ପ୍ଲସ କାଟାଗୋରୀରେ ସ୍ଥାନ ପାଇଥିଲା ସୋଆ |

ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା କୁ ନେଇ ଶିକ୍ଷା ପ୍ରଦାନ, ଗବେଷଣା, ସନ୍ଦର୍ଭ, ଶିଳ୍ପ ସଂଶ୍ଲିଷ୍ଟ ଆୟ ଓ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ମାପଦଣ୍ଡ କୁ ଆଧାର କରି ଏହି ରାଙ୍କୀଙ୍ଗ ପ୍ରସ୍ତୁତ କରାଯାଇଛି |

ସୋଆ ଅଧୀନରେ ନଅ ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ନାସନାଲ ଇନ୍‍ଷ୍ଟିଟ୍ୟୁଟନାଲ ରାଙ୍କୀଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ ) ୨୦୨୦ରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି ସୋଆ | ସେହିପରି ଏହାର ମେଡିକାଲ ସାଇନ୍ସ ଫାକଲ୍ଟି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ୨୩ ତମ ସ୍ଥାନ, ଇଂଜିନିୟରିଂ ଫାକଲ୍ଟି ଇନଷ୍ଟିଟ୍ୟୁଟ ଅଫ ଟେକ୍ନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) ୩୪ ତମ ସ୍ଥାନ ଏବଂ ଫାକଲ୍ଟି ଅଫ ଡେଣ୍ଟାଲ ସାଇନସେସ ଏନଆଇଆରଏଫ ରାଙ୍କୀଙ୍ଗ ରେ ଦେଶରେ ୧୨ତମ ସ୍ଥାନ ହାସଲ କରିଛି \