Home Health ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ

ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଂଣ୍ଟନ ବ୍ୟବସ୍ଥାô ସହିତ ଅକ୍ସିଜେନ୍‌ର ଉପ୍ପାଦନ ଓ ବଣ୍ଟନ ବ୍ୟବସ୍ଥା ଏବଂ ପାରାଦ୍ୱୀପସ୍ଥିତ କୋଭିଡ୍ ହସ୍ପିଟାଲ ପାଇଁ ଅକ୍ସିଜେନ୍‌ର ଉତ୍ପାଦନ ଓ ବଣ୍ଟନଣ୍ଟବ୍ୟବସ୍ଥାର ଶିଳାନ୍ୟାସ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଏହି ଭଳି ପ୍ରକଳ୍ପ ସ୍ଥାପନ ପାଇଁ ଶିଳାନ୍ୟାସ କରି ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ସ୍ୱାସ୍ଥ୍ୟଭିତିଭୂମିର ବିକାଶ କ୍ଷେତ୍ରରେ ତାଙ୍କର ରହିଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି ।

କୋଭିଡ ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ଯେତେବେଳେ ଦେଶର କେତେକ ରାଜ୍ୟ ମେଡିକାଲ ଅକ୍ସିଜେନ୍ ପାଇଁ ଘୋର ସଂକଟର ସମ୍ମୁଖୀନ ହୋଇଥିଲା, ମାନ୍ୟବର ମୁଖ୍ୟମନ୍ତ୍ରୀ ‘ସମଗ୍ର ବିଶ୍ୱ ଏକ ପରିବାର’ ନୀତିରେ ସେହିସବୁ ରାଜ୍ୟକୁ ମେଡିକାଲ ଅକ୍ସିଜେନ୍ ଯୋଗାଣ ପାଇଁ ଦୃଢ ପଦକ୍ଷେପ ନେଇଥିଲେ ।

ଆମ ରାଜ୍ୟର ସବୁ ଡାକ୍ତରଖାନାରେ ଆବଶ୍ୟକ ମେଡିକାଲ ଅକ୍ସିଜେନ୍‌ର ସୁବିଧା କରାଯିବା ସହ ଏହି ୨ ମାସ ମଧ୍ୟରେ ଆମ ରାଜ୍ୟ, ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ୩୦,୦୦୦ ମେଟ୍ରିିକ୍ ଟନରୁ ଊର୍ଦ୍ଧ୍ୱ ମେଡିକାଲ ଅକ୍ସିଜେନ୍ ଯୋଗାଇବା ଫଳରେ ହଜାର ହଜାର ସଂଖ୍ୟାରେ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅଧିକରୁ ଅଧିକ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପଦକ୍ଷେପ ନେବା ସହିତ ସ୍ୱାସ୍ଥ୍ୟ ସେବାରେ ଭିତିଭୂମିର ବିକାଶ ଏବଂ ଡାକ୍ତର ନିଯୁକ୍ତିକୁ ପ୍ରାଥମିକତା ଦେଇ ନିକଟରେ ୭୮୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । କରୋନା ମହାମାରୀ ହେଉ, ବାତ୍ୟା ବା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ହେଉ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା କହିଆସିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଡାକ୍ତରଖାନାରେ ଶଯ୍ୟାସଂଖ୍ୟା ବୃଦ୍ଧି କରିବାକୁ ଆବଶ୍ୟକ ମଂଜୁରୀ ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟା ପଣ୍ଡା, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।