Home Election ଜିଲ୍ଲା ପରିଷଦ ସଭାପତି/ଉପସଭାପତି ନିର୍ବାଚନ ଅଧିନିୟମରେ ସଂଶୋଧନ

ଜିଲ୍ଲା ପରିଷଦ ସଭାପତି/ଉପସଭାପତି ନିର୍ବାଚନ ଅଧିନିୟମରେ ସଂଶୋଧନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୨୨ ଜାନୁଆରୀ ୭ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୫୯୩ ଅନୁସାରେ ରାଜ୍ୟ ସରକାର ‘ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ଆଇନ-୧୯୯୪’କୁ ପରିବର୍ତ୍ତନ କରି ସେଥିରେ ଅଧିନିୟମ ୫୧ (କ) ଯୋଗ କରିଛନ୍ତି ।

ସଂଶୋଧିତ ଆଇନ ବଳରେ ରାଜନୈତିକ ଦଳମାନେ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ । ଜିଲ୍ଲା ପରିଷଦ ସଭାପତି/ଉପସଭାପତି ନିର୍ବାଚନ ଦିନ ପ୍ରାଧିକୃତ ପ୍ରତିନିଧିମାନେ ଉପସ୍ଥିତ ରହିବେ ଓ ସଂପୃକ୍ତ ଦଳର ସଭ୍ୟସଭ୍ୟାମାନେ ଭୋଟ ଦେଇସାରି ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ବାଲାଟ ପେପର ଦେଖାଇବା ପରେ ଭୋଟ ବାକ୍ସରେ ପକାଇବେ ।

ସଂଶୋଧିତ ଆଇନ ଅନୁସାରେ ରାଜ୍ୟ ନିର୍ବାଚନ କମିଶନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରାଧିକୃତ ପ୍ରତିନିଧି ନିଯୁକ୍ତି ନିମନ୍ତେ ଏକ ଫର୍ମ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲା ପରିଷଦ ସଭାପତି/ଉପସଭାପତି ନିର୍ବାଚନର ପୂର୍ବଦିନ ଅପରାହ@ ୫.୩୦ ସୁଦ୍ଧା ରାଜନୈତିକ ଦଳମାନେ ପ୍ରାଧିକୃତ ପ୍ରତିନିଧି ନିଯୁକ୍ତି ପତ୍ର ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।