Home Administration ଜାରି ହେଲା ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି

ଜାରି ହେଲା ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) ଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲାର ର୍ନିବାଚନ ଅଧିକାରୀମାନେ ନିଜ ନିଜ ଅଧୀନରେ ଥିବା ତ୍ରି ସ୍ତରୀୟ ପଞ୍ଚାୟତ ର୍ନିବାଚନ ପାଇଁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଛନ୍ତି ।

ୱାର୍ଡ ମେମ୍ବର, ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଦସ୍ୟ ଏବଂ ରାଜ୍ୟରେ ୮୫୩ ଟି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ର୍ନିବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।

ପ୍ରାର୍ଥୀମାନେ ଜାନୁୟାରୀ ୧୭ ରୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ସରପଞ୍ଚ, ସମିତି ସଦସ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ଦାଖଲ କରିପାରିବେ । ଜାନୁୟାରୀ ୨୨ ତାରିଖରେ ଏହାର ତନଖି କରାଯିବ । ଜାନୁଆରୀ ୨୫ତାରିଖ ଦିନ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ଏବଂ ସେହି ଦିନ ଚୂଡାନ୍ତ୍‍ ପ୍ରାର୍ଥୀ ତାଲଇକା ପ୍ରକାଶିତ ହେବ ।

ଫେବୃଆରୀ ୧୬, ୧୮, ୨୦, ୨୨, ଏବଂ ୨୪ ରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୬, ୨୭, ଏବଂ ୨୮ ରେ ସମସ୍ତ ବ୍ଲକ ସ୍ତରରେ ଭୋଟ୍ ଗଣନା ଏବଂ ଫଳାଫଳ ଘୋଷଣା କରାଯିବ ।

ନୂତନ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦାଖଲ କରନ୍ତି, ତାଙ୍କୁ ଛଅ ମାସ କାରାଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟରେ ଦଣ୍ଡିତ କରାଯିବ ।

ସେହିଭଳି, ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ) ର ଯେକୌଣସି ମନୋନୀତ ସଦସ୍ୟ ଅଯୋଗ୍ୟ ଘୋଷିତ ହେବେ, ଯଦି ସେ ନାମାଙ୍କନପତ୍ର ଦାଖଲ କରିବା ସମୟରେ ତାଙ୍କ ଅପରାଧିକ ପୁରାତନ ରେକର୍ଡ, ସମ୍ପତ୍ତି ଏବଂ ଦାୟିତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ଏକ ସତ୍ୟପାଠ ପ୍ରଦାନ କରିନଥିବେ ।

ଜିଲା ପରିଷଦ ସଦସ୍ୟଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସତ୍ୟପାଠ ସଂପୃକ୍ତ ଜିଲ୍ଲା ୱେବସାଇଟରେ ରଖାଯିବ ଯାହା ଦ୍ୱାରା ଲୋକମାନେ ପ୍ରାର୍ଥୀଙ୍କ ବିଷୟରେ ଜାଣିପାରିବେ । ତେବେ ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ର୍ନିବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବେ ।