ଭୁବନେଶ୍ୱର: ବହୁ ଚର୍ଚ୍ଚିତ ତିନି ସ୍ତରୀୟ ପଞ୍ଚାୟତ ର୍ନିବାଚନ ପାଇଁ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍ଇସି) ଆଜି କାର୍ଯ୍ୟସୂଚୀ ଘୋଷଣା କରିଛି ।
ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟ ର୍ନିବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ର୍ନିବାଚନ ଅନୁଷ୍ଠିତ ହେବ ।
ଭୋଟ ଗଣତି ଏବଂ ଫଳାଫଳ ଘୋଷଣା ଫେବୃଆରୀ ୨୬, ୨୭ ଏବଂ ୨୮ ରେ ବ୍ଲକ ସ୍ତରରେ କରାଯିବ ବୋଲି ଶ୍ରୀ ପାଢୀ କହିଛନ୍ତି ।
ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଜିଲା ପରିଷଦ ଅଧ୍ୟକ୍ଷଙ୍କ ପାଇଁ ପ୍ରତ୍ୟକ୍ଷ ର୍ନିବାଚନ ଯଥାକ୍ରମେ ୧୧,୧୨ ଏବଂ ୧୩ ରେ ଅନୁଷ୍ଠିତ ହେବ ।
ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ଜାନୁଆରୀ ୧୩ ରେ ପଞ୍ଚାୟତିରାଜ ପ୍ରତିଷ୍ଠାନର ବିଭିନ୍ନ ପଦବୀକୁ ର୍ନିବାଚନ ଅଧିକାରୀ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିବେ ।
ପ୍ରାର୍ଥୀମାନେ ଜାନୁୟାରୀ ୧୭ ରୁ ୨୧ ମଧ୍ୟରେ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିପାରିବେ । ଜାନୁଅ ।ରୀ ୨୨ ରେ କାଗଜପତ୍ରର ଯାଞ୍ଚ କରାଯିବ ଏବଂ ବୈଧ ମନୋନୀତ ପ୍ରାର୍ଥୀଙ୍କ ତାଲିକା ଜାନୁୟାରୀ ୨୩ ରେ ୩ ଟା ସୁଦ୍ଧା ବାହାରିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଜାନୁଆରୀ ୨୫ ଏବଂ ସେହିଦିନ ପ୍ରାର୍ଥୀମାନଙ୍କର ଅନ୍ତିମ ତାଲିକା ସୂଚୀତ କରାଯିବ ।
ଯଦିଓ ଜାନୁୟାରୀ ୨୨ ଏବଂ ୨୩ ହେଉଛି ସରକାରୀ ଛୁଟିଦିନ, ନାମାଙ୍କନପତ୍ର ଯାଞ୍ଚ ଏବଂ ବୈଧ ମନୋନୀତ ପ୍ରାର୍ଥୀଙ୍କ ତାଲିକାର ପ୍ରକାଶନ ପାଇଁ ର୍ନିବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ରହିବ ।
ଆୟୋଗ ଦ୍ୱାରା ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧି ଆଜି ଠାରୁ ଫେବୃଅ ।ରୀ ୨୮ ପର୍ଯ୍ୟନ୍ତ ସାରା ରାଜ୍ୟରେ ରହିବ ବୋଲି ର୍ନିବାଚନ କମିଶନର କହିଛନ୍ତି ।
କୌଣସି ର୍ନିବାଚନ ରାଲି କିମ୍ବା ସାଧାରଣ ସଭାକୁ ଅନୁମତି ଦିଆଯିବ ନାହିଁ । କେବଳ ପାଞ୍ଚ ଜଣଙ୍କ ସହ କେବଳ ଘରକୁ ଘର ପ୍ରଚାରକୁ ଅନୁମତି ଦିଆଯିବ ବୋଲି ଶ୍ରୀ ପାଢୀ କହିଛନ୍ତି ।
କୌଣସି ବିଜୟ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ । ଟୀକା ନେଇଥିବା ଏବଂ କୋଭିଡ-୧୯ ନେଗେଟିଭ ରିପୋର୍ଟ ଥିବା ଲୋକଙ୍କୁ କେବଳ ଗଣନା କେନ୍ଦ୍ର ଭିତରେ ଅନୁମତି ଦିଆଯିବ । ଯେଉଁମାନେ ମିଥ୍ୟା ନାମାଙ୍କନ ଦାଖଲ କରିବେ, ସେମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନର ବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
୧୬୬୯ ପଞ୍ଚାୟତର ପ୍ରାୟ ୬୭.୫୧ ଲକ୍ଷ ଭୋଟର ଏବଂ ୩୦ ଟି ଜିଲ୍ଲାର ୭୧ ଟି ବ୍ଲକର ୨୦୨ ଟି ଜିଲ୍ଲା ପରିଷଦ ଜୋନ୍ ପ୍ରଥମ ପର୍ଯ୍ୟାୟରେ ୨୨,୩୭୯ ବୁଥରେ ଭୋଟ୍ ଦେବେ ଏବଂ ୩୦ ଟି ଜିଲ୍ଲାର ୬୮ ଟି ବ୍ଲକରେ ୬୨.୧୦ ଲକ୍ଷ ଭୋଟର ୨୦,୪୩୬ ବୁଥରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେବେ ।
ସେହିଭଳି, ୧୩୮୨ ପଞ୍ଚାୟତର ୫୬.୫୩ ଲକ୍ଷ ଭୋଟର ଏବଂ ୨୯ ଟି ଜିଲ୍ଲାର ୬୩ ଟି ବ୍ଲକର ୧୭୧ ଟି ଜିଲ୍ଲା ପରିଷଦ ଜୋନ୍ ତୃତୀୟ ପର୍ଯ୍ୟାୟରେ ୧୮,୪୯୫ ବୁଥରେ ଭୋଟ୍ ଦେବେ ।
ଚତୁର୍ଥ ପର୍ଯ୍ୟାୟରେ, ୧୨୫୪ ପଞ୍ଚାୟତର ୫୧.୩୧ ଲକ୍ଷ ଭୋଟର ଏବଂ ୨୭ ଟି ଜିଲ୍ଲାର ୬୪ ଟି ବ୍ଲକର ୧୬୩ ଟି ଜିଲ୍ଲା ପରିଷଦ ଜୋନ୍ ୧୭,୦୮୯ ମତଦାନ ବୁଥରେ ଭୋଟ୍ ଦେବେ ।
ଶେଷ ପର୍ଯ୍ୟାୟରେ, ୯୭୫ ପଞ୍ଚାୟତର ୪୧.୮୮ ଲକ୍ଷ ଭୋଟର ଏବଂ ୨୫ ଟି ଜିଲ୍ଲାର ୪୮ ଟି ବ୍ଲକର ୧୩୧ ଟି ଜିଲ୍ଲା ପରିଷଦ ଜୋନ୍ ୧୩,୫୧୪ ମତଦାନ ବୁଥରେ ଭୋଟ୍ ଦେବେ ।
ମୋଟାମୋଟି ଭାବେ, ରାଜ୍ୟର ୩୦ ଟି ଜିଲ୍ଲାର ୬,୭୯୪ ପଞ୍ଚାୟତ ଅନ୍ତର୍ଗତ ୯୧,୯୧୩ ୱାର୍ଡରେ ୨,୭୯,୩୫,୫୨୦ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।