Home News in Odia ଜାତୀୟ ବାୟୁ କ୍ରୀଡ଼ା ନୀତିର ଶୁଭାରମ୍ଭ

ଜାତୀୟ ବାୟୁ କ୍ରୀଡ଼ା ନୀତିର ଶୁଭାରମ୍ଭ

ଭୁବନେଶ୍ୱର : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ଜାତୀୟ ବାୟୁ କ୍ରୀଡ଼ା ନୀତି ୨୦୨୨ (ଏନଏଏସପି ୨୦୨୨)ର ଶୁଭାରମ୍ଭ କରିଛନ୍ତି । ୨୦୩୦ ସୁଦ୍ଧା ଭାରତକୁ ବିଶ୍ବର ଶ୍ରେଷ୍ଠ ବାୟୁ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନେଇ ଏନଏଏସପି ୨୦୨୨ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ମାଧ୍ୟମରେ ଭାରତରେ ଏକ ନିରାପଦ, ଶସ୍ତା, ସୁଲଭ, ଗ୍ରହଣଯୋଗ୍ୟ, ଉପଭୋଗ୍ୟ ଏବଂ ଦୀର୍ଘସ୍ଥାୟୀ ବାୟୁ କ୍ରୀଡ଼ା ଇକୋସିଷ୍ଟମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏନଏଏସପି ୨୦୨୨ ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଶ୍ରୀ ରାଜୀବ ବଂଶଲ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ସଞ୍ଜୀବ କୁମାରଙ୍କ ସମେତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏଏଆଇ, ଡିଜିସିଏ ଏବଂ ବିସିଏଏସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବାୟୁ କ୍ରୀଡ଼ା କ୍ଷେତ୍ରରେ ଏୟାର ରେସିଂ, ଏରୋବେଟିକ୍ସ, ଏରୋ ମଡେଲିଂ, ହ୍ୟାଙ୍ଗ ଗ୍ଲାଇଡିଂ, ପାରାଗ୍ଲାଇଡିଂ, ପାରା ମୋଟରିଂ ଏବଂ ସ୍କାଏ ଡାଇଭିଂ ଆଦି କ୍ରୀଡ଼ା ସାମିଲ ରହିଛି । ବାୟୁ କ୍ରୀଡ଼ା କ୍ଷେତ୍ରରେ ବିଶ୍ବର ଏକ ପ୍ରମୁଖ ରାଷ୍ଟ୍ର ହେବାର ସମ୍ଭାବନା ଭାରତ ନିକଟରେ ରହିଛି । ବିଶାଳ ଭୌଗଳିକ କ୍ଷେତ୍ର, ବିବିଧ ଟୋପୋଗ୍ରାଫୀ ଏବଂ ଭଲ ପାଣିପାଗ ଦେଶରେ ରହିଛି ।

ଭାରତର ଜନସଂଖ୍ୟାରେ ଯୁବକମାନଙ୍କର ସଂଖ୍ୟା ଅଧିକ । ଦେଶରେ ଦୁଃସାହସିକ କ୍ରୀଡ଼ା ଏବଂ ବିମାନ କ୍ଷେତ୍ରର ବିକାଶ ପାଇଁ ଏକ ଅନୁକୂଳ ପରିବେଶ ରହିଛି ଏବଂ ଦିନକୁ ଦିନ ଏହା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଏନଏଏସପି ୨୦୨୨ ଅଣାଯାଇଛି । ନୀତି ନିର୍ମାତା, ବାୟୁ କ୍ରୀଡ଼ାବିତ୍‌ ଏବଂ ଜନସାଧାରଣଙ୍କ ଠାରୁ ପ୍ରାପ୍ତ ପରାମର୍ଶ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ନୀତି କାର୍ଯ୍ୟକାରୀ ହେବା ଫଳରେ ଦେଶରେ ଉନ୍ନତ ଭିତ୍ତିଭୂମି, ଉପକରଣ, ସେବା, ପ୍ରଶିକ୍ଷକଙ୍କ ବ୍ୟବସ୍ଥା କରାଯାଇପାରିବ ।

ଏହି କ୍ରୀଡାରେ ଏରୋବେଟିକ୍ସ, ଏରୋ ମଡେଲିଂ ଏବଂ ମଡେଲ୍ ରକେଟ୍ରି, ଆମେଚର-ବିଲ୍ଟ ଏବଂ ଏକ୍ସେପେରିମେଣ୍ଟାଲ ଏୟାରକ୍ରାଫ୍ଟ, ବଲୁନିଂ, ଡ୍ରୋନ୍ସ, ଗ୍ଲାଇଡିଂ ଓ ପାୱାର୍ଡ ଗ୍ଲାଇଡିଂ, ହ୍ୟାଙ୍ଗ ଗ୍ଲାଇଡିଂ ଏବଂ ପାୱାର୍ଡ ହ୍ୟାଙ୍ଗ ଗ୍ଲାଇଡିଂ, ପାରାସୁଟିଂ (ସ୍କାଏଡାଇଭିଂ, ବେସ ଜମ୍ପିଂ ଏବଂ ୱିଙ୍ଗ ସୁଟ୍ସ ଆଦି), ପାରାଗ୍ଲାଇଡିଂ ଏବଂ ପାରା ମୋଟରିଂ (ପାୱାର୍ଡ ପାରାସୁଟ୍‌ ଟ୍ରାଇକ୍ସ ଆଦି ସମେତ), ପାୱାର୍ଡ ଏୟାରକ୍ରାଫ୍ଟ (ଅଲଟ୍ରା ଲାଇଟ, ମାଇକ୍ରୋ ଲାଇଟ୍‌ ଏବଂ ଲାଇଟ୍‌ ସ୍ପୋର୍ଟସ୍‌ ଏୟାରକ୍ରାଫ୍ଟ ଆଦି), ରୋଟୋରକ୍ରାଫ୍ଟ (ଅଟୋଜିରୋ ସମେତ) ଅନ୍ତର୍ଭୁକ୍ତ କରାଯି

ନୂଆ ନୀତି ଅଧୀନରେ ଏୟାର ସ୍ପୋର୍ଟସ ଫେଡରେସନ୍‌ ଅଫ ଇଣ୍ଡିଆ (ଏଏସଏଫଆଇ) ଯାହାକି ପ୍ରମୁଖ ପ୍ରଶାସନିକ ସଂସ୍ଥା ଭାବେ କାର୍ଯ୍ୟ କରିବ; ବ୍ୟକ୍ତିଗତ ବାୟୁ କ୍ରୀଡ଼ା କିମ୍ବା ଏକ ବାୟୁ କ୍ରୀଡ଼ାର ସେଟ୍‌, ଯାହା ଉପଯୁକ୍ତ ହେବ, ସେଥିପାଇଁ ଜାତୀୟ ସଂଗଠନ; କ୍ଷେତ୍ରୀୟ (ଯଥା ପଶ୍ଚିମ/ଦକ୍ଷିଣ/ଉତ୍ତର/ପୂର୍ବ ଆଦି) କିମ୍ବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସ୍ତରୀୟ ବାୟୁ କ୍ରୀଡ଼ା ସଂଗଠନ, ଯାହା ଉପଯୁକ୍ତ ହେବ; ଏବଂ ଜିଲ୍ଲାସ୍ତରୀୟ ବାୟୁ କ୍ରୀଡ଼ା ସଂଗଠନ, ଯାହା ଉପଯୁକ୍ତ ହୋଇଥିବ ।

ଏହି ନୀତି ମାଧ୍ୟମରେ ଦେଶରେ ବାର୍ଷିକ ୮ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ଏବଂ ୧ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏନଏଏସପି ୨୦୨୨ ମାଧ୍ୟମରେ ଭାରତ ବିଶ୍ବ ବାୟୁ କ୍ରୀଡ଼ାର ପ୍ରମୁଖ କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ସିନ୍ଧିଆ କହିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଦୁଇ ଜଣ ଭାରତୀୟ ବାୟୁ କ୍ରୀଡ଼ାବିତ୍‌ ଶୀତଲ ମହାଜନ ଏବଂ ରାସେଲ ଥୋମାସଙ୍କ ସହିତ କଥା ହୋଇ ସେମାନଙ୍କର ଅନୁଭୂତି ଜାଣିଥିଲେ ।