Home News in Odia ଜାଗରରେ ଗହଳି ମନା

ଜାଗରରେ ଗହଳି ମନା

551
0

ଭୁବନେଶ୍ୱର : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଚଳିତ ସାସ ୧୧ ତାରିଖରେ ପଡୁଥିବା ଜାଗର ଉତ୍ସବରେ ଜନଗହଳି ଉପରେ କଟକଣା ଲାଗିଛି । ମନ୍ଦିର ଭିତରେ ଓ ବାହାରେ ଯେଭଳି କରେନା ମାର୍ଗଦର୍ଶିକା କଡାକଡି ଭାବେ ପାଳନ ହେବ ସେଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏଥିରେ ଦର୍ଶାଯାଇଛି ଯେ ସମଗ୍ର ଦେଶରେ କରୋନାର ନୂଆ ଭାଇରସ ସାର୍ସ-କୋଭ ୨ ଚିହ୍ନଟ ହେବାପରେ ରାଜ୍ୟ ଏକ ଘଡିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଛି । ତେଣୁ ଏହି ଭାଇରସ ଯେଭଳି କାୟାବିସ୍ତାର ନକରେ ସେଥବପାଇଁ କରୋନା ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରାଯିବା ଆବଶ୍ୟକ ।

ଫେବୃଆରୀ ୨୭ତାରିଖରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ, ରାଜନୈତିକ, କ୍ରୀଡା, ସମ୍ମିଳନୀ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଆଦିରେ ବଡ ଧରଣର ଜନସମାଗମ ଉପରେ ଜାରି କଟକଣା ବଳବତ୍ତର ରହିଛି । ଏହି ଧରଣର କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ପର୍ଯ୍ୟନ୍ତ ଲୋକ ଏକାଠି ହୋଇପାରିବେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ମଧ୍ୟ ଫେବୃଆରୀ ୨୬ ତାରିଖରେ କୋଭିଡ-୧୯ ମାର୍ଗଦର୍ଶିକାର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ମହାଶିବରାତ୍ରୀ ଅବସରରେ ଶ୍ରଦ୍ଧାଳୁମାନେ ଶିବ ଆରଧାନା କରିବା ସହିତ ରାତ୍ରୀ ଉଜାଗର ରହି ଧ୍ୟାନ କରିଥାନ୍ତି । ତେଣୁ ସେହିଦିନ କୌଣସି ଠାରେ ଯେଭଳି ଜନଗହଳି ନହୁଏ ତାହା ଉପରେ କଡା ନଜର ରଖିବାପାଇଁ କୁହାଯାଇଛି । ବିଶେଷକରି କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ମନ୍ଦିର ଭିତରେ କିମ୍ବା ବାହାରେ ଜନସମାଗମ ଓ ଗହଳି ଉପରେ କଟକଣା ଜାରି ପାଇଁ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରେ ତେବେ ବିପର୍ଯ୍ୟୟ ପରିଚାଳନା ଆଇନ୍‍, ୨୦୦୫ ଅନୁଯାୟୀ ଦଣ୍ଡିତ ହେବେ ।

LEAVE A REPLY

Please enter your comment!
Please enter your name here