Home News in Odia ଜନସେବା କେନ୍ଦ୍ରରେ ଦେଇ ହେବ ବିଜୁଳି ବିଲ୍‍

ଜନସେବା କେନ୍ଦ୍ରରେ ଦେଇ ହେବ ବିଜୁଳି ବିଲ୍‍

ଭୁବନେଶ୍ୱର : ବିଜୁଳି ଗ୍ରାହକମାନେ ଏବେ ନିଜ ଘର ପାଖରେ ଥିବା ଜନ ସେବା କେନ୍ଦ୍ର (ସିଏସ୍‍ସି) ରେ ବିଜୁଳି ବିଲ୍‍ ପଇଠ କରିପାରିବେ । ଏଥିପାଇଁ ଟିପିସିଓଡିଲ୍‍ ପକ୍ଷରୁ ଜନ ସେବା କେନ୍ଦ୍ର (ସିଏସ୍‌ସି) କିମ୍ବା ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍‌ଇ)ଙ୍କ ଜରିଆରେ ବିଦ୍ୟୁତ ବିଲ୍ ଗ୍ରହଣ କରିବା ଲାଗି ସିଏସ୍‌ସି ଇ-ଗଭର୍ଣ୍ଣାସ୍ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ସହିତ ସହଯୋଗ ସ୍ଥାପନ କରିଛି ।

ଗ୍ରାହକମାନଙ୍କ ନିକଟରେ ସୁବିଧାରେ ବିଭିନ୍ନ ସେବା ପହଂଚାଇବା ଲାଗି ଟିପିସିଓଡିଏଲ୍ ସର୍ବଦା ପ୍ରତିବଦ୍ଧ । ଏକ ଗ୍ରାହକ କୈନ୍ଦ୍ରିକ ସଂସ୍ଥା ଭାବେ ଏହା ନିଜର ସେବା ଯୋଗାଣ ଅଂଚଳରେ ଥିବା ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

ଗ୍ରାମାଞ୍ଚଳରେ ଡିଜିଟାଲ୍ ପେମେଣ୍ଟରେ ଉନ୍ନତିି ଆଣିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଜନ ସେବା କେନ୍ଦ୍ର (ସିଏସ୍‌ସି) କିମ୍ବା ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍‌ଇ)ଙ୍କ ଜରିଆରେ ବିଦ୍ୟୁତ ବିଲ୍ ଗ୍ରହଣ କରିବା ଲାଗି ସିଏସ୍‌ସି ଇ-ଗଭର୍ଣ୍ଣାସ୍ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ କରିଛି । ଟିପିସିଓଡିଏଲ୍ ଅଂଚଳରେ ପ୍ରାୟ ୫୮୦୦ରୁ ଅଧିକ ସିଏସ୍‌ସି/ଭିଏଲ୍‌ଇ ରହିଛି । ଗ୍ରାହକମାନେ ଏଠାରେ ଅତି ସହଜରେ ବିଦ୍ୟୁତ ବିଲ୍ ପଇଠ କରିପାରିବେ ।

ଏହି ସେବା ଗ୍ରାମାଞ୍ଚଳର ଗ୍ରାହକମାନଙ୍କ ଲାଗି ସହଜ ବିଦ୍ୟୁତ ବିଲ୍ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରିବ । ଏହି ଅଭିଯାନକୁ ଉନ୍ମୋଚନ କରିବା ଅବସରରେ ଟିପିସିଓଡିଏଲ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏମ୍ ସେନ୍‌ବାଗମ୍‌୍ କହିଛନ୍ତି ଯେ, ବିଭିନ୍ନ ପଦକ୍ଷେପ ଜରିଆରେ ଗ୍ରାହକ ସେବାରେ ଉନ୍ନତି ଆଣିବାକୁ ଆମେ ସର୍ବଦା ପ୍ରାଥମିକତା ଦେଇଆସିଛୁ । ଏହି ଯାତ୍ରାରେ ସିଏସ୍‌ସି ସହିତ ସହଯୋଗିତା ଗ୍ରାମୀଣ ଗ୍ରାହକମାନଙ୍କ ପାଇଁ ବିଦ୍ୟୁତ ବିଲ୍ ପେମେଂଟ୍ କରିବା ପ୍ରକ୍ରିୟାକୁ ସହଜ କରିବ । ଆମେ ସିଏସ୍‌ସି ସହିତ ସହଯୋଗିତା ସ୍ଥାପନ କରିବା ଏବଂ ଆମର ଗ୍ରାହକ ଅନୁଭୂତିରେ ଉନ୍ନତିଆଣିବା ଲାଗି ପେମେଂଟ୍ ବ୍ୟବସ୍ଥା ମିଳିତ ଭାବେ ସୃଷ୍ଟି କରିଥିବାରୁ ଆମେ ବହୁତ ଖୁସି ।’’

ସିଏସ୍‌ସି ଇ-ଗଭର୍ଣ୍ଣାସ ସର୍ଭିସେସ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଦିନେଶ ତ୍ୟାଗୀ କହିଛନ୍ତି ଯେ, “ଏହି ସହଯୋଗିତା ନାଗରିକମାନଙ୍କୁ ସେମାନଙ୍କ ନିକଟସ୍ଥ ଜନ ସେବା କେନ୍ଦ୍ର (ସିଏସ୍‌ସି)ରେ ବିଦ୍ୟୁତ ବିଲ୍ ଦାଖଲ କରିବାରେ ସହାୟକ ହେବ । ସିଏସ୍‌ସି ହେଉଛି ଗୋଟିଏ ସ୍ଥାନ ଯେଉଁଠାରେ ନାଗରିକମାନେ ସେମାନଙ୍କର ସବୁ ପ୍ରକାର ବିଲ୍ ପଇଠ କରିପାରିବେ ।