Home Covid ଛଅ ହଜାର ଟପିଲା କରୋନା ମୃତ୍ୟୁ

ଛଅ ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ୬ହଜାରକୁ ଟପିଯାଇଛି । କରୋନାରେ ଆଉ ୬୭ଜଣଙ୍କ ପ୍ରାଣ ଯିବାପରେ ମୋଟ୍‍ ମୃତ୍ୟୁସଂଖ୍ୟା ୬୦୩୩ ହୋଇଛି । ଖୋରଧା ଜିଲ୍ଲାରେ ମୃତ୍ୟୁସଂଖ୍ୟା ସର୍ବାଧିକ ୧୧୬୫ ହୋଇଥିବାବେଳେ ସୁନ୍ଦରଗଡରେ ଏହା ଦ୍ୱିତୀୟ ସର୍ବାଧିକ ୫୩୮ ରେ ପହଞ୍ଚିଛି ।

ରାଜ୍ୟରେ ମୃତ୍ୟୁବରଣ କରିଥିବା ୬୭ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୧୨ଜଣ ଥିବାବେଳେ ସୁନ୍ଦରଗଡରୁ ୧୧, କଟକରୁ ୧୦, ପୁରୀରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମ ଓ ଜଗତ୍‍ସିଂହପୁରରୁ ୪ଜଣ କରି, ଅନୁଗୁଳ ଓ ଭଦ୍ରକରୁ ୩କରି, କେନ୍ଦ୍ରାପଡା, ଝାରସୁଗୁଡା ଓ ବାଲେଶ୍ୱରରୁ ୨କରି ଏବଂ ବରଗଡ, ଯାଜପୁର ଓ କେନ୍ଦୁଝରରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି ।

ତେବେ ଆଶ୍ୱାସନାର କଥା ହେଉଛି ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ହଜାରେ ନିକଟକୁ ଖସି ଆସିଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୧୦୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୯୮ ଜଣ କ୍ୱାରେଣ୍ଟାଇନ୍‍ରେ ଥିବାବେଳେ ୪୩୪ ଲୋକାଲ କେସ୍‍ ।

ଚିହ୍ନଟ ହୋଇଥିବାବେଳେ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୨୩୭ଜଣ ଥିବାବେଳେ କଟକରୁ ୧୫୪ଜଣ ଅଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ଏହା ଏକ ଅଙ୍କ ଓ ଦୁଇ ଅଙ୍କରେ ରହିଛି । ଜଗତସିଂହପୁର ଓ ପୁରୀରେ ତୃତୀୟ ସର୍ବାଧିକ ୮୨ଜଣ କରି ଥିବାବେଳେ ଅନୁଗୁଳରେ ୪୮, ଯାଜପୁରରେ ୪୩, ବାଲେଶ୍ୱରରେ ୩୬ ଓ ନୟାଗଡରେ ୩୦ଜଣ ଅଛନ୍ତି । ସବୁଠାରୁ କମ୍‍ ମାତ୍ର ଜଣେ ନୂଆପଡାରୁ ଚିହ୍ନଟ ହୋଇଥିାବବେଳେ ବୌଦରୁ ୨, ଝାରସୁଗୁଡାରୁ ୩ ଓ ବଲାଙ୍ଗିରରୁ ୪ଜଣ ଚିହ୍ନଟ ହୋଇଛନ୍ତି ।

ନୂଆ ୧୦୩୨ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯,୭୯,୭୩୭ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୯,୫୮,୬୦୧ଜଣ ସୁସ୍ଥହୋଇ ସାରିଲେଣି । ଆଜି ସୁଦ୍ଧା ରାଜ୍ୟରେ ୧୫,୦୫୦ ଜଣ ସକ୍ରିୟ କରୋନାରୋଗୀ ଅଛନ୍ତି । ସେହିଭଳି ରାଜ୍ୟରେ ଏକ କୋଟି ୬୧ଲକ୍ଷରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା ହୋଇଥିବା ଜଣାଯାଇଛି । ।

ବର୍ତ୍ତମାନ ରାଜ୍ୟରେ କେବଳ ଖୋରଧା ଜିଲ୍ଲା ରେଡ୍‍ ଜୋନରେ ରହିଛି । ଏଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୬୧ ରହିଥିବାବେଳେ ୧୯୧୨ ସକ୍ରିୟ ରୋଗୀ କଟକ ଜିଲ୍ଲାରେ ଥିବାରୁ ଏହି ଜିଲ୍ଲା ୟୋଲୋଜୋନରେ ରହିଛି । ଅନ୍ୟ ସମସ୍ତ ଜିଲ୍ଲା ଗ୍ରିନ୍‍ ଜୋନରେ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୩୨ଜଣ ସକ୍ରିୟ ରୋଗୀ ଗଜପତି ଜିଲ୍ଲାରେ ଅଛନ୍ତି ।