Home General ଚିଲିକାରେ ମହିଳାଙ୍କୁ ସଶକ୍ତିକରଣ ତାଲିମ

ଚିଲିକାରେ ମହିଳାଙ୍କୁ ସଶକ୍ତିକରଣ ତାଲିମ

ଭୁବନେଶ୍ୱର : ଓଡ଼ିଶାରର ଅନ୍ୱେଷା ମିଶ୍ର ୱେଷ୍ଟର୍ଣ୍ଣ ୟୁନିଅନର ସହଯୋଗୀ ହେବାର ସୌଭାଗ୍ୟ ଲାଭ କରିବା ସହିତ ଚିଲିକାର ବେରହମପୁରର ୩୦ ଜଣ ମହିଳାଙ୍କ ପାଇଁ ଏକ ବେସ୍ କ୍ୟାମ୍ପ ଆୟୋଜନ କରିଥିଲେ ।

ବେସ୍ କ୍ୟାମ୍ପ୍‌ରେ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଅସାଧାରଣ ପ୍ରତିଭା ଏବଂ ଆୟ ଉତ୍ପାଦନ କୌଶଳ ସହିତ କିଆ ଗଛରୁ ବାସ୍କେଟ୍ ତିଆରି ଜରିଆରେ ସେମାନଙ୍କୁ ସଶକ୍ତିକରଣ ଉପରେ ଧ୍ୟାନ ଦେଇଥିଲା । ବେସ୍ କ୍ୟାମ୍ପକୁ କେତେକ ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା ଯେଉଁଠାରେ ସମସ୍ତେ ସେମାନଙ୍କର ମତ ରଖିଥିଲେ ଏବଂ ଉଦ୍ୟାନ କୃଷି ବିଭାଗର ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ତାଲିମ ପ୍ରାପ୍ତ ହୋଇଥିଲେ ।

ଗୋଷ୍ଠିର ପ୍ରତ୍ୟେକ ମହିଳାଙ୍କ ପାଇଁ ରୋଜଗାରର ସୁଯୋଗ ପ୍ରଦାନ ପାଇଁ ତାଙ୍କ ମିଶନରେ ବ୍ୟବସ୍ଥିତ ତଥା ନିର୍ଦ୍ଦିଷ୍ଟ ପରିବର୍ତ୍ତନ କାର୍ଯ୍ୟକାରୀ କରିବା ଦିଗରେ ସେମାନଙ୍କର ନେତୃତ୍ୱ ଯାତ୍ରାରେ ଅନ୍ୱେଶାଙ୍କ ଦ୍ୱାରା ଆୟୋଜିତ ଶିବିରର ଏକ ପ୍ରମୁଖ ପଦକ୍ଷେପ ଅଟେ । କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ପ୍ରତ୍ୟେକ ସାଥୀଙ୍କୁ ମୂଳ ପାଣ୍ଠି ଏବଂ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲା ।

ସୁଶ୍ରୀ ଅନ୍ୱେଷା ମହିଳା ଏବଂ ଶିଶୁଙ୍କ ଅଧିକାର ସହିତ ମାନବିକ ଅଧିକାର ଉପରେ କାର୍ଯ୍ୟ କରନ୍ତି । ସେ ସର୍ବଦା ମହିଳାମାନଙ୍କୁ ଆତ୍ମର୍ନିଭରଶୀଳ ସହିତ ଶକ୍ତିଶାଳୀ ବ୍ୟକ୍ତି ଭାବରେ ପରିଣତ କରିବାକୁ ଚେଷ୍ଟା କରନ୍ତି ଏବଂ ସେମାନଙ୍କ ଦକ୍ଷତା ସହିତ କାର୍ଯ୍ୟ କରିବାକୁ ସର୍ବଦା ଉତ୍ସାହିତ କରନ୍ତି । ତାଙ୍କ ଦ୍ୱାରା ଆୟୋଜିତ ଶିବିର ଏବଂ ସମର୍ଥନ ଲକ୍ଷ୍ୟକୁ ଆହୁରି ସୁଗମ କରିଛି ।

ୱେଷ୍ଟର୍ଣ୍ଣ ୟୁନିଅନ୍ ଏବଂ ୱାଟସନ୍ ଇନଷ୍ଟିଚ୍ୟୁଟ୍ ମିଳିତ ସହଭାଗିତାରେ ପରବର୍ତ୍ତୀ ସ୍ତରର ଉଦ୍ୟୋଗୀମାନଙ୍କୁ ଦକ୍ଷତା, ଉତ୍ସାହ, ଅଭିଜ୍ଞତା ଏବଂ ସେମାନେ ତିଆରି କରୁଥିବା ସାମଗ୍ରୀକୁ ପରିମାପ କରିବା ପାଇଁ ଏକତ୍ରିତ ହୋଇଛନ୍ତି ।

ଦୁଇ ସପ୍ତାହର ତାଲିମ ପଦାନ ଏବଂ ତା\’ପରେ ଏକ ବର୍ଷର ଫେଲୋସିପ୍ ଦ୍ୱାରା, ପ୍ରତ୍ୟେକ ସାଥୀ ମୂଳ ପାଣ୍ଠି ଗ୍ରହଣ କରିବେ, ଦକ୍ଷତା ବିକାଶ କର୍ମଶାଳାରେ ଅଂଶଗ୍ରହଣ କରିବେ, ମାଷ୍ଟର ପାଠ୍ୟକ୍ରମର ଏକ ସିରିଜ୍‌, ମାସକୁ ଗୋଟିଏ ବୈଠକରେ ବିଭିନ୍ନ ଭୌଗଳିକ ସ୍ତରରେ ଏହି ଫେଲୋସିପ୍ ୩୦୦ ଯୁବ ଉଦ୍ୟୋଗୀଙ୍କ ନିକଟରେ ପହଞ୍ଚିବ ବୋଲି ସୁଶ୍ରୀ ଅନ୍ୱେଷା କହିଛନ୍ତି ।