Home General ଚାଲି ଗଲେ ତପୁ ମିଶ୍ର

ଚାଲି ଗଲେ ତପୁ ମିଶ୍ର

ଭୁବନେଶ୍ୱର: ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ତପୁ ଆଉ ଇହ ଜଗତରେ ନାହାନ୍ତି । ଆଜି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ପରବର୍ତ୍ତୀ ଚିକିତ୍ସା ଲାଗି ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେଇଥିଲା ।

ଗତ ମାସ ୨୦ ତାରିଖରେ ତପୁ ଡାକ୍ତରଖାନାରେ ଭତ୍ତି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସେ ଭେଣ୍ଟି ଲେଟରକୁ ଚାଲିଯାଇଥିଲେ । ତେବେ ଗତ ତିନି ଚାରି ଦିନ ଧରି ତାଙ୍କ ସ୍ୱାସ୍ଥାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଓଡିଶା ବାହାରକୁ ଚିକିତ୍ସା ପାଇଁ ନେବାକୁ ଉଦ୍ୟମ ଚାଲିଥିଲା ।

ଓଡିଶା ବାହାରେ ଇକ୍‍ମୋ ଚିକିତ୍ସା ଲାଗି ତପୁଙ୍କ ପରିବାର ପକ୍ଷରୁ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବାବେଳେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା । ଅଭିନୟ ଜଗତ ମଧ୍ୟ ସହାୟତାର ହାତ ବଢାଇଥିଲା । ତେବେ ଓଡିଶା ବାହାରକୁ ଚିିକିତ୍ସା ପାଇଁ ଯିବା ପୂର୍ବରୁ ଆଜି ମାତ୍ର ୩୬ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଗତ ଦୁଇ ଦଶନ୍ଧି ଧରି ତପୁ ମିଶ୍ର ଓଡିଶା ସଙ୍ଗୀତ ଜଗତରେ ବେଶ୍‍ ଲୋକପ୍ରିୟ ଥିଲେ । ଓଡିଆ ଚଳଚିତ୍ର ଚକୋଲେଟ ଓ ଆଇଲଭୟୁ ଭଳି ସୁପରହିଟ୍‍ ଚଳଚିତ୍ରରେ ସେ କଣ୍ଠଦାନ କରିଥିଲେ । ତପୁଙ୍କ ବିୟୋଗରେ ଓଡିଶା ଚଳଚିତ୍ର ଜଗତ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।