Home Education ଘରୋଇ ଇଂରାଜୀ ବିଦ୍ୟାଳୟର ସ୍ୱୀକୃତି ନାହିଁ

ଘରୋଇ ଇଂରାଜୀ ବିଦ୍ୟାଳୟର ସ୍ୱୀକୃତି ନାହିଁ

ଭୁବନେଶ୍ୱର : ରାଜ୍ୟରେ ୫୦୦ରୁ ଅଧିକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବିନା ସ୍ୱୀକୃତିରେ ଚାଲୁଛି । 

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଜେଡି ବିଧାୟକ ଭୂପିନ୍ଦର ସିଂହ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ୍‌ ୧୯୭୦ଟି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି । ସେଥି ମଧ୍ୟରୁ ୧୪୧୭ଟି ବିଦ୍ୟାଳୟ ସ୍ୱୀକୃତିପ୍ରାପ୍ତ ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଖୋରଧା ଜିଲ୍ଲାରେ ସର୍ବାଧିକ ୨୨୦ଟି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଥିବାବେଳେ ଏଥିରୁ ୧୫୩ଟି ସ୍ୱୀକୃତିପ୍ରାପ୍ତ । ସେହିଭଳି କଟକରେ ଥିବା ୧୪୮ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟରୁ ୯୯ଟି ସ୍ୱୀକୃତିପ୍ରାପ୍ତ ହୋଇଥିବାବେଳେ ସୁନ୍ଦରଗଡରେ ୧୪୧ରୁ ୯୫, ଗଞ୍ଜାମରେ ୧୪୦ ରୁ ୧୧୯, ମୟୁରଭଞ୍ଜରେ ୯୪ରୁ ୬୫, ସମ୍ବଲପୁରରେ ୯୨ରୁ ୬୧, ଯାଜପୁରରେ ୮୯ରୁ ୬୩, କଳାହାଣ୍ଡିରେ ୮୮ରୁ ୫୮, ଜଗତ୍‌ସିଂହପୁରରେ ୫୭ରୁ ୨୩, କେନଦୁଝରରେ ୮୧ରୁ ୪୧, ପୁରୀରେ ୭୭ରୁ ୫୨ଟି ବିଦ୍ୟାଳୟ ସ୍ୱୀକୃତିପ୍ରାପ୍ତ ଅଟନ୍ତି । (ତଥ୍ୟ)