Home Health ଗୋପାଳପୁର ବନ୍ଦର ପକ୍ଷରୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଉଦଘାଟିତ

ଗୋପାଳପୁର ବନ୍ଦର ପକ୍ଷରୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଉଦଘାଟିତ

ଛତ୍ରପୁର : ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଶାଖା ଅଧୀନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ସ୍ଥାନୀୟ କଣମଣା ପଞ୍ଚାୟତର ଡୁବୁରୀ ଛକ ଠାରେ ଉଦ୍ଘାଟନ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଭି ଜେ ରାଓ ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରଟିକୁ ଉଦ୍ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ  ଅଜୟ କୁମାର ମିଶ୍ର,ଉପସଭାପତି (ମାନବ ସମ୍ବଳ ଓ ଶିଳ୍ପ ସମ୍ପର୍କ,) ଗୋପାଳପୁର ବନ୍ଦର , ଚିତରଞ୍ଜନ ବାହିନୀପତି, ଏଭିପି( ମାନବ ସମ୍ବଳ ଶିଳ୍ପ ସମ୍ପର୍କ) ଏବଂ  ସ୍ଥାନୀୟ ଗ୍ରାମବାସୀ ,ବୁଦ୍ଧିଜୀବୀ ଓ ବନ୍ଦର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 ଏହି ଅବସରରେ ଗୋପାଳପୁର ବନ୍ଦର ର କାର୍ଯ୍ୟନିର୍ବାହୀ ଅଧିକାରୀ ଭି ଜେ ରାଓ କହିଥିଲେ ଯେ ବନ୍ଦରର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଗୋପାଳପୁର ବନ୍ଦର ସର୍ବଦା ବଦ୍ଧପରିକର ।

 ଅଜୟ କୁମାର ମିଶ୍ର,ଉପ ସଭାପତି (ମାନବ ସମ୍ବଳ ଶିଳ୍ପ ସମ୍ପର୍କ ) କହିଥିଲେ ଯେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ସବୁ ବୟସ ବର୍ଗର ଲୋକେ ଉପକୃତ ହେବେ । ଏହି ସୁବିଧାର ସଦଉପଯୋଗ କରିବା ପାଇଁ ଶ୍ରୀ ମିଶ୍ର ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଏହି ସ୍ୱାସ୍ଥ୍ୟସେବା ଉପକ୍ରମରେ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ ଏବଂ ସାଧାରଣ ଚିକିତ୍ସକ ବିଭାଗର ଦକ୍ଷ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ପରୀକ୍ଷା ଓ ପରାମର୍ଶ ଇତ୍ୟାଦି ବିନା ମୂଲ୍ୟରେ ଜନସାଧାରଣ ମାନେ ପାଇପାରିବେ ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋପାଳପୁର ବନ୍ଦର ଏହାର କର୍ପୋରେଟ ଦାୟିତ୍ବବୋଧ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଛି । ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଭତ୍ତିଭୂମିର ବିକାଶ ଆଧାରିତ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରି କରାଯାଇଛି ।