Home General ଗୋଟିଏ ମିନିଟରେ ପୂର୍ବାହ୍ନ ଅଧିବେଶନ ଶେଷ

ଗୋଟିଏ ମିନିଟରେ ପୂର୍ବାହ୍ନ ଅଧିବେଶନ ଶେଷ

ଭୁବନେଶ୍ୱର : ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ଗୃହ ମଧ୍ୟଭାଗରେ ହଟଗୋଳ ଯୋଗୁଁ ଆଜି ବିଧାନସଭାର ପୂର୍ବାହ୍ନ ଅଧିବେଶନ ଏକ ପ୍ରକାର ଅଚଳ ରହିଛି । ଗୃହ ମଧ୍ୟଭାଗକୁ ଆସି ସଦସ୍ୟମାନେ ହଟଗୋଳ କରିବା ଫଳରେ ଗୃହର କାର୍ଯ୍ୟ ଗୋଟିଏ ମିନିଟ୍‍ ମଧ୍ୟରେ ସରିଯାଇଛି ।

ଚଳିତ ଶୀତ ଅଧିବେଶନର ଆଜି ଦ୍ୱିତୀୟ କାର୍ଯ୍ୟ ଦିବସରେ ବାଚସ୍ପତି ଗୃହକୁ ଆସି ପ୍ରଶ୍ନକାଳ ଆରମ୍ଭ କରିବା ମାତ୍ରେ ବିରୋଧି ବିଜେପି ଓ କଂଗ୍ରେସ ସଦସ୍ୟମାନେ ହାତରେ ପ୍ଲାକାର୍ଡମାନ ଧରି ଗୃହ ମଧ୍ୟଭାଗକୁ ଆସି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ସହିତ ସିବିଆଇ ତଦନ୍ତ ଦାବିରେ ଧ୍ୱନିମାନ ଦେଇଥିଲେ ।

ବିରୋଧି ସଦସ୍ୟମାନେ ଗୃହ ମଧ୍ୟରେ ହଟ୍ଟଗୋଳ କରୁଥିବାବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଗୃହ ମଧ୍ୟକୁ ପ୍ଲାକାର୍ଡ ପ୍ରବେଶ ଉପରେ କଟକଣା ରହିଛି । ବିରୋଧି ସଦସ୍ୟମାନେ ଗୃହକୁ ପ୍ଲାକାର୍ଡ ଧରି ଆସିବ ଠିକ୍‍ ନୁହେଁ । ହେଲେ ବିରୋଧି ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଭ୍ରୁକ୍ଷେପ ନକରି ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇବା ସହିତ ହଟଗୋଳ ଜାରି ରଖିଥିଲେ ।

ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଡକ୍ଟର ପାତ୍ର ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁତଲବି ଘୋଷଣା କରିଛନ୍ତି ।