Home General ଗୁଲାବ ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ

ଗୁଲାବ ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ଗୁଲାବ’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତ୍ରିକମ ବୋଲି ଆଶା କରାଯାଉଛି, ଭାରତୀୟ ନୌସେନା ଘୂର୍ଣ୍ଣିଝଡର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ।

ପୂର୍ବାଞ୍ଚଳ ନାଭାଲ କମାଣ୍ଡ ଏବଂ ଓଡିଶା ଉପକୂଳ ଦାୟିତ୍ୱରେ ଥିବା ନୌସେନା ଅଧିକାରୀ ଘୂର୍ଣ୍ଣିଝଡର ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ କରିଆସୁଛନ୍ତି ଏବଂ ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ପ୍ରସ୍ତୁତିର ଏକ ଅଂଶ ଭାବରେ ବନ୍ୟା ରିଲିଫ୍ ଦଳ ଏବଂ ବୁଡାଳି ଦଳ ତୁରନ୍ତ ସହାୟତା ଯୋଗାଇବାକୁ ଓଡିଶା ଏବଂ ବିଶାଖାପଟନମରେ ପ୍ରସ୍ତୁତ ହୋଇ ଅଛନ୍ତି । ନୌସେନାର ଦୁଇଟି ଜାହାଜ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ (ଏଚ୍‍ଏଡିଆର) ସାମଗ୍ରୀ ଏବଂ ଡାକ୍ତରୀ ଦଳ ସହିତ ଅଧିକ ପ୍ରଭାବିତ ଅଞ୍ଚଳରେ ସହାୟତା କରିବାକୁ ସମୁଦ୍ରରେ ରହିଛନ୍ତି ।

ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ, ଆହତଙ୍କୁ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ଯୋଗାଣ ପାଇଁ ନାଭାଲ୍ ଏୟାର ଷ୍ଟେସନ୍‌, ବିଶାଖାପାଟନମରେ ଆଇଏନ୍‍ଏସ୍‍ ଡେଗା ଏବଂ ଚେନ୍ନାଇ ନିକଟ ଆଇଏନ୍‍ଏସ୍‍ ରାଜଲିରେ ନୌସେନାର ବିମାନ ପ୍ରସ୍ତୁତ ହୋଇ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here