Home General ଗୁଣୁପୁର ପର୍ଯ୍ୟନ୍ତ ଗଡିବ କଟକ-ପଲାସା-କଟକ ଏକ୍ସପ୍ରେସ

ଗୁଣୁପୁର ପର୍ଯ୍ୟନ୍ତ ଗଡିବ କଟକ-ପଲାସା-କଟକ ଏକ୍ସପ୍ରେସ

ଭୁବନେଶ୍ୱର :18443/18444 କଟକ-ପଲାସା-କଟକ ଏକ୍ସପ୍ରେସର ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ ଏବଂ ସମୟ ସାରଣୀ କଟକ ଏବଂ ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ ।

18443 କଟକ-ଗୁଣୁପୁର ଏକ୍ସପ୍ରେସ କଟକ ଠାରୁ 20 ଜୁଲାଇ, 2022 ଗୁଣୁପୁର ଯାତ୍ରା କରିବ । ଏହି ଟ୍ରେନ ପଲାସା ଠାରେ ପହଁଚିବା ପରେ ସେଠାରୁ ରାତ୍ର ୧୦ଘ ୨୫ମି ରେ ଛାଡି ଗୁଣୁପୁର ଠାରେ ରାତ୍ରି ୧ଘ ୪୫ମି ରେ ପହଞ୍ଚିବ  ।  ଫେରିବା ମାର୍ଗରେ 18444 ଗୁଣୁପୁର-କଟକ ଏକ୍ସପ୍ରେସ 21 ଜୁଲାଇ 2022 ରୁ ଗୁଣୁପୁର ଠାରୁ ରାତ୍ରି ୨ଘ 45ମି ରେ ଛାଡି ପଲାସା ଠାରେ ଭୋର ୫ଘ ୫୫ମି ରେ ପହଞ୍ଚିବ ।

ଉଭୟ ପାର୍ଶ୍ୱରୁ ଗୁଣୁପୁର ଓ ପଲାସା ମଧ୍ୟରେ ଏହି ଟ୍ରେନ ପୁଣ୍ଡି, ରୌଥପୁରମ, ନୌପଡା, ଟ୍ୱେକ୍କଲି, ପେଦ୍ଦସନ, ତେମ୍ବୁରୁ, ଗାଙ୍ଗୁଭଡ଼ା, ପଥପଟନମ, ପାରଳାଖେମୁଣ୍ଡି, ସୀତାପୁରାମ, ହଡ଼ଭାଙ୍ଗି, କାଶୀନଗର, ଳିହୁରୀ, ବଂଶଧାରା ଓ ପଲାସିଙ୍ଗି ଠାରେ ରହଣୀ କରିବ ।