Home Administration ଗବେଷଣା କାର୍ଯ୍ୟରେ ଉପଯୋଗ ହେବ ବିଧାନସଭା ପାଠାଗାର

ଗବେଷଣା କାର୍ଯ୍ୟରେ ଉପଯୋଗ ହେବ ବିଧାନସଭା ପାଠାଗାର

ଭୁବନେଶ୍ୱର : ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ପାଠାଗାର ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏଣିକି ବିଧାନସଭା ପାଠାଗାରରେ ଅଧ୍ୟୟନ ସହ ଗବେଷଣାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଶିକ୍ଷାବିତ୍‌ ଗବେଷକ, ଲେଖକ, ସାମ୍ବାଦିକ, ସମ୍ବାଦପତ୍ର ସଂପାଦକ ଓ ରିସର୍ଚ୍ଚ ସ୍କଲାରମାନେ ବିଧାନସଭା ପାଠାଗାରର ଉପଯୋଗ କରିପାରିବେ ।

ସରକାରୀ କାର୍ଯ୍ୟଦିବସର କାର୍ଯ୍ୟନିର୍ଘଣ୍ଟ ସମୟସୀମା ଦିବା ୧୦ ଘଟିକାଠାରୁ ଅପରାହ୍ନ ୫ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସେମାନେ ଏହି ସୁଯୋଗ ପାଇପାରିବେ । ତେବେ ତା’ପୂର୍ବରୁ ସେମାନଙ୍କୁ ଏଥି ପାଇଁ ବାଚସ୍ପତିଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ ।

ପ୍ରକାଶଯୋଗ୍ୟ ଯେ ବିଧାନସଭା ପାଠାଗାରରେ ଅନେକ ଦୁର୍ଲଭ ପୁସ୍ତକ ଗଚ୍ଛିତ ଅଛି ଏବଂ ଗବେଷଣାମୂଳକ କାର୍ଯ୍ୟରେ ଏଗୁଡ଼ିକ ଉପଯୋଗିତା ଅନେକ କିଛି ଅଛି । ସଂପ୍ରତି ପାଠାଗାରକୁ ମଧ୍ୟ ଡିଜିଟାଇଜେସନ୍‌ କରିବା ପ୍ରକି୍ରୟା ଆରମ୍ଭ ହୋଇଛି ।

ପୂର୍ବରୁ କେବଳ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦଙ୍କୁ ବିଧାନସଭା ପାଠାଗାର ଅନୁମତି ମିଳୁଥିବା ସ୍ଥଳେ ବର୍ତ୍ତମାନ ତାହାକୁ ସର୍ବସାଧାରଣ ଉପଯୋଗୀ କରିବା ବାଚସ୍ପତିଙ୍କ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଛି ।