Home Administration କୋଭିଡ ପ୍ରଭାବିତ ଶିଶୁଙ୍କ ତାଲିକା ମାଗିଲେ ଆୟୋଗ

କୋଭିଡ ପ୍ରଭାବିତ ଶିଶୁଙ୍କ ତାଲିକା ମାଗିଲେ ଆୟୋଗ

ନୂଆଦିଲ୍ଲୀ : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଶିଶୁ ଆଇନ, ୨୦୧୫ଧାରା ୧୦୯ ଅଧୀନରେ କୋଭିଡ-୧୯ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ସୁରକ୍ଷା ନେଇ ବାଲସ୍ୱରାଜ (କୋଭିଡ-କେୟାର) ଲିଙ୍କ”ନାମକ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି । ଯେଉଁ ପିଲାମାନେ ଯତ୍ନ  ଓ ନିରାପତ୍ତା ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଅନଲାଇନରେ ଠାବ କରିବା ସହ ସେମାନଙ୍କ ସୁବିଧା ତଦାରଖ ଉଦ୍ଦେଶ୍ୟରେ ଆୟୋଗଙ୍କ ପକ୍ଷରୁ ଏହି ପୋର୍ଟାଲ ଆରମ୍ଭ କରାଯାଇଛି ।

କୋଭିଡ-୧୯ ଯୋଗୁଁ ଯେଉଁ ପିଲାମାନେ ସେମାନଙ୍କ ମାତାପିତା ବା ସେମାନଙ୍କ ମଧ୍ୟରେ ଜଣଙ୍କୁ ମଧ୍ୟ ହରାଇଥିବେ ସମ୍ପୃକ୍ତ ଅଧିକାରୀ ବା ବିଭାଗ ସେମାନଙ୍କ ତଥ୍ୟ କୋଭିଡ କେୟାର ଅଧୀନରେ ଅପଲୋପ କରିପାରିବେ ।

ଯେଉଁ ପିଲାମାନଙ୍କ ପାରିବାରିକ ସାହାଯ୍ୟ ବା ସେମାନଙ୍କ ଭରଣପୋଷଣ ପାଇଁ କୌଣସି ବିକଳ୍ପ ନାହିଁ ସେ କ୍ଷେତ୍ରରେ ସେମାନେ କିଶୋର ନ୍ୟାୟ ଆଇନ ୨୦୧୫ ଅନ୍ତର୍ଗତ ଧାରା ୨ (୧୪) ଅଧୀନରେ ଯତ୍ନ ଓ ନିରାପତ୍ତା ପାଇବାକୁ ହକ୍‌ଦାର । ଆଇନ ଅନୁସାରେ ସେପରି ପିଲାମାନଙ୍କ ସ୍ୱାର୍ଥରକ୍ଷା ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯିବା ଆବଶ୍ୟକ ।

“ବାଲସ୍ୱରାଜ କୋଭିଡ କେୟାର” ପୋର୍ଟାଲ କୋଭିଡ -୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପିଲାମାନଙ୍କୁ ଲକ୍ଷ୍ୟ ରଖି ସୃଷ୍ଟି କରାଯାଇଛି । ଏହିପରି ପିଲାମାନଙ୍କୁ ଶିଶୁ କଲ୍ୟାଣ କମିଟି (CWC) ସମ୍ମୁଖରେ ଉପସ୍ଥିତ କରାଇବାଠାରୁ ଆରମ୍ଭ କରି ସେମାନଙ୍କୁ ସେମାନଙ୍କ ପିତାମାତା, ଅଭିଭାବକ ବା ସମ୍ପର୍କୀୟଙ୍କ ନିକଟରେ ଜିମା ଦେବା ଓ ଏହାର ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ପୋର୍ଟାଲରେ ପ୍ରତ୍ୟେକ ପିଲାର ଜିଲ୍ଲା ବା ରାଜ୍ୟ ଅଧିକାରୀ ପୂରଣ କରିଥିବା ତଥ୍ୟକୁ ଭିତ୍ତିକରି ଆୟୋଗ କ୍ଷତିଗ୍ରସ୍ତ ପିଲା ତା’ର ନ୍ୟାର୍ଯ୍ୟ ହକ୍ ପାଇପାରିଛି କି ନାହିଁ ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଅବଗତ ହୋଇପାରିବେ ।

ପିଲାଙ୍କୁ CWC ଙ୍କ ନିକଟରେ ହାଜର କରାଯାଇଛି କି ନାହିଁ ଓ ତା କ୍ଷେତ୍ରରେ କୌଣସି ଆଦେଶ ଦିଆଯାଇଛି କି ନାହିଁ ତାହା ମଧ୍ୟ  ଜଣାପଡିବ । ପିଲାଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବାବଦ ଅର୍ଥ ରାଜ୍ୟ ପାଉଛି କି ନାହିଁ ଏହା ଆବଶ୍ୟାକ ହେଉଥିଲେ ତାହା ମଧ୍ୟ ଆୟୋଗ ଜାଣିପାରିବେ ।

ମାନ୍ୟବର ସୁପ୍ରିମକୋର୍ଟ  SMWP No. 4 of 2020 “In Re. Contagion of Covid-19 virus in Children Homes”ସେ ଯେଉଁ ପିଲାମାନେ ବାପାମାଆ ଛେଉଣ୍ଡ ହୋଇଯାଇଛନ୍ତି ସେମାନଙ୍କ ସମ୍ପର୍କରେ ତଥ୍ୟ ୨୯.୦୫.୨୦୨୧ (ଶନିବାର) ସୁଦ୍ଧା କୋଭିଡ କେୟାର ଲିଙ୍କ ଅନ୍ତର୍ଗତ ବାଲସ୍ୱରାଜ ପୋର୍ଟାଲରେ ଅପଲୋଡ କରିବାକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଳା ଅଧିକାରୀମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆୟୋଗ ମଧ୍ୟ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଧାନ ଶାସନ ସଚିବ/ମହିଳା ଓ ଶିଶୁ ବିକାଶ / ସମାଜ କଲ୍ୟାଣ ବିଭାଗଙ୍କୁ ୨୮.୦୫,୨୦୨୧ ଓ ମୁଖ୍ୟ ଶାସନ ସଚିବମାନଭ୍‌କୁ ୨୯.୦୫.୨୦୨୧ ପତ୍ର ଜରିଆରେ ଜଣାଇ ଦେଇଛନ୍ତି । ପ୍ରତ୍ୟେକ ବ୍ୟବହାରକାରୀ /ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ୟୁଜର୍ସ ନେମ ଓ ପାସ୍‌ୱାର୍ଡ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ସେୟାର କରାଯାଇଛି । NCPCRର ଏକ ବୈଧାନିକ ସଂସ୍ଥା ଓ ଏହା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରିଥାଏ ।