Home Health କୋଭିଡ୍‍ ଟିକାନେଲେ ମୋଦି, ନବୀନ

କୋଭିଡ୍‍ ଟିକାନେଲେ ମୋଦି, ନବୀନ

387
0

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି । କୋଭିଡ଼ର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି । ଏ ସଂପର୍କରେ ସେ ନିଜେ ଟ୍ୱିଟକରି ଜଣାଇଛନ୍ତି । ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି । ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଟିକା ନେଇ ଭାରତକୁ କୋଭିଡ୍ ମୁକ୍ତ କରିବାକୁ ସେ ଆହ୍ୱାନ କରିଛନ୍ତି ।

ସେହିସରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନ ନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ । ସେଠାରେ ସେ ଦିନ ୧୧ଟା ବେଳେ ପ୍ରଥମେ କରୋନା ଟିକା ନେଇଥିଲେ । କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସ୍ମରଣୀକା ରଣସିଂହ ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେଇଥିଲେ । ଟିକା ନେବା ପରେ ତାଙ୍କୁ ଏକାଧିକବାର ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

ଏହାପରେ ରାଜ୍ୟ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ଜିତୁ ମିତ୍ର ଓ ବିଧାୟକ ଭୁପିନ୍ଦର ସିଂ ପ୍ରମୁଖ ସ୍ମରଣୀକା ରଣସିଂହଙ୍କଠାରୁ ଟିକା ନେଇଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେବା ପରେ ପ୍ରତିକ୍ରିୟା ରଖି ନର୍ସ ସ୍ମରଣିକା କହିଛନ୍ତି ଯେ ଆଜି ମୋ ପାଇଁ ବହୁତ ବଡ଼ ଗର୍ବର ଦିନ । ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, “ମୁଁ ଖୁସି ଯେ ମୁଁ ଆଜି କୋଭିଡ-୧୯ ଟିକାର ପ୍ରଥମ ଡୋଜ୍ ନେଲି । ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ କାମ କରୁଥିବା ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାଛଡ଼ା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କରୋନା ଟିକା ନେବାକୁ ବି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।”

LEAVE A REPLY

Please enter your comment!
Please enter your name here