Home Administration କେନ୍ଦ୍ର ତାଲିକାରେ ଆଉ ୯ଜିଲ୍ଲା

କେନ୍ଦ୍ର ତାଲିକାରେ ଆଉ ୯ଜିଲ୍ଲା

ଭୁବନେଶ୍ୱର : ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଓଡିଶାର ୯ ଟି ନୂତନ “ଅଣ ଆଙ୍କାକ୍ଷୀ” ଜିଲ୍ଲାକୁ ତାଲିକାଭୁକ୍ତ କରିଛନ୍ତି । ପୂର୍ବରୁ ୧୦ ଟି ଆଙ୍କାକ୍ଷୀ ଜିଲ୍ଲାରେ ଏଭଳି ପ୍ରୟାସ ଆରମ୍ଭ ହୋଇଥିଲା ।

ସେହି ନଅଟି ଅଣ-ଆଙ୍କାକ୍ଷୀ ଜିଲ୍ଲା ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ନୟାଗଡ଼, ଗଞ୍ଜାମ, ଏବଂ ସମ୍ବଲପୁର । ଏହାପୂର୍ବରୁ ୧୦ ଟି ଜିଲ୍ଲା, ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ନୁଆପଡା ଏବଂ ଢେଙ୍କାନାଳକୁ ଆଙ୍କାକ୍ଷୀ ଜିଲ୍ଲା ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତେଣୁ, ବର୍ତ୍ତମାନ ଠାରୁ ଏହି ୧୯ ଟି ଜିଲ୍ଲା ନୀତି ଆୟୋଗର ପ୍ରତ୍ୟକ୍ଷ ନଜରରେ ରହିବ ଏବଂ ଏହିସବୁ ଜିଲ୍ଲାର ବିକାଶ କାର୍ଯ୍ୟକୁ ଆୟୋଗ ସମୀକ୍ଷା କରିବେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମୟୂରଭଞ୍ଜକୁ ଚିହ୍ନଟ କରିଥିବାବେଳେ କୃଷି ମନ୍ତ୍ରଣାଳୟ ଏଥିପାଇଁ ବାଲେଶ୍ୱରକୁ ତାଲିକାଭୁକ୍ତ କରିଛି ।

ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଯାଜପୁର, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଦ୍ୱାରା ତାଲିକାଭୁକ୍ତ ହୋଇଛି । ଏହି ପ୍ରାଥମିକ କ୍ଷେତ୍ରରେ କୃଷକଙ୍କ ଆୟ ବହୁଗୁଣିତ କରିବାର ସୁଯୋଗ ରହିଛି । ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇପାରିଛି ।

ନୟାଗଡ଼ ଜିଲ୍ଲାକୁ ଜଳ ଶକ୍ତି ମନ୍ତ୍ରଣାଳୟ ନେଇଥିବାବେଳେ ଗଞ୍ଜାମକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତାଲିକାଭୁକ୍ତ କରିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ସମ୍ବଲପୁର ତାଲିକାଭୁକ୍ତ ହୋଇଛି ।

ଏନେଇ ନୀତି ଆୟୋଗ ଓଡିଶା ସରକାରଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଙ୍କାକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ଓଡ଼ିଶା ସରକାର କେବଳ ୧୦ ଜଣ ବରିଷ୍ଠ ଅଧିକାରୀଙ୍କୁ ପ୍ରଭାରୀ ଅ‘ିସର ଭାବେ ନିଯୁକ୍ତି ଦେଇନାହାଁନ୍ତି, ଏହି ପ୍ରୟାସକୁ ସ‘ଳ କରିବାକୁ ରାଜ୍ୟ ନୋଡାଲ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । କେନ୍ଦ୍ର ସରକାର ଦେଶର ସମସ୍ତ ଆକାଂକ୍ଷୀ ଜିଲ୍ଲା ପାଇଁ ପ୍ରଭାରୀ ଅଧିକାରୀଙ୍କୁ ମ୍ମ ନିଯୁକ୍ତ କରିଛନ୍ତି ।

ଦେଶରେ ୧୧୨ ଟି ଆଙ୍କାକ୍ଷୀ ଜିଲ୍ଲା ଥିବାବେଳେ ବର୍ତ୍ତମାନ ବିକାଶ କ୍ଷେତ୍ରରେ ପଛରେ ଥିବା ନୂତନ ଭାବେ ୧୪୨ ଟି ଜିଲ୍ଲା ଏହି ତାଲିକାରେ ଯୋଡି ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଜିଲ୍ଲାଗୁଡିକ ପାଇଁ ବହୁତ ଆଗ୍ରହ ଦେଖାଇଛନ୍ତି ଏବଂ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ଚିହ୍ନିତ ୧୪୨ ଟି ଜିଲ୍ଲାରେ ଅବଶିଷ୍ଟ ଲକ୍ଷ୍ୟ ପୂରଣ କ୍ଷେତ୍ରରେ ୧୧୨ ଆଙ୍କାକ୍ଷୀ ଜିଲ୍ଲାର ବିକାଶରେ ଦେଖାଯାଇଥିବା ସମାନ ଉତ୍ସାହର ସହିତ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସମସ୍ତ ସରକାରଙ୍କ ପାଇଁ ବଡ ଆହ୍ୱାନ – ଭାରତ ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ସରକାରୀ ତନ୍ତ୍ର ପାଇଁ ଏହା ଏକ ନୂଆ ଆହ୍ୱାନ । ବର୍ତ୍ତମାନ ଆମକୁ ଏହି ଆହ୍ୱାନକୁ ଏକାଠି ମୁକାବିଲା କରିବାକୁ ପଡିବ । ଏହି ଯୋଜନାରେ ଜିଲ୍ଲାଗୁଡ଼ିକୁ ଶୀଘ୍ର ପରିପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ସହଭାଗିତାରେ ପଦକ୍ଷେପ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଙ୍କାକ୍ଷୀ ଜିଲ୍ଲା ପରି, ଏହି ନୂତନ ଅଣ-ଆଙ୍କାକ୍ଷୀ ଜିଲ୍ଲାଗୁଡ଼ିକ ସେହି ପାରାମିଟରଗୁଡିକରେ ଦ୍ରୁତ ବିକାଶ ପ୍ରକ୍ରିୟା ଦେଖିବେ, ଯେଉଁଥିରେ ଏହାର ଅଭାବ ଥିଲା । ଆରମ୍ଭ ହୋଇଥିବା ଏହି ନୂତନ ପଦକ୍ଷେପର ଦାୟିତ୍ୱ ନେବା ପାଇଁ ରାଜ୍ୟ ନୋଡାଲ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । (ତଥ୍ୟ)