Home Election କେନ୍ଦ୍ରୀୟ ପୋଷ୍ଟର, ବ୍ୟାନର ହଟାଇବାକୁ ବିଜେଡିର ଦାବି

କେନ୍ଦ୍ରୀୟ ପୋଷ୍ଟର, ବ୍ୟାନର ହଟାଇବାକୁ ବିଜେଡିର ଦାବି

ଭୁବନେଶ୍ୱର : ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡ, ରେଳ ଷ୍ଟେସନ, ବିମାନ ବନ୍ଦର ସମେତ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକରେ ଲାଗିଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର ବ୍ୟାନରଗୁଡିକୁ ହଟାଇବାକୁ ବିଜେଡି ଦାବି କରିଛି । ଆଜି ଏ ସଂକ୍ରାନ୍ତରେ ବିଜେଡିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ବିଜେଡି ତାହାର ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଉପରୋକ୍ତ ସ୍ଥାନଗୁଡିକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ପ୍ରକଳ୍ପ ଆଦିର ପୋଷ୍ଟର ଓ ବ୍ୟାନର ଯେଭଳି ଭାବେ ପ୍ରଦର୍ଶିତ ହେଉଛି ତାହା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ ଘୋଷଣା କରିବା ସହିତ ସରକାରୀ ଯୋଜନାର ପୋଷ୍ଟର, ବ୍ୟାନରଗୁଡିକୁ ତୁରନ୍ତ ହଟାଇ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲାଗୁ ହେବ ।

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ବିଜେପି ଶାସିତ କେନ୍ଦ୍ର ସରକାରଙ୍କର ଏହି ପୋଷ୍ଟର ଓ ହୋର୍ଡିଂ ହଟାଇବାପାଇଁ ନିର୍ବାଚନ କମିଶନକୁ ଦାବିପତ୍ର ଦେବାକୁ ଯାଇଥିବା ବିଜେଡି ନେତାଙ୍କ ମଧ୍ୟରେ ସାଂସଦ ଡକ୍ଟର ସସ୍ମିତ ପାତ୍ର, ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର, ସୁଲତା ଦେଓ ଓ ଇସ୍ପିତା ସାହୁ ପ୍ରମୁଖ ଥିଲେ ।