Home Health କରୋନା ବିରୋଧରେ ଦ୍ୱିତୀୟ ଯୁଦ୍ଧ

କରୋନା ବିରୋଧରେ ଦ୍ୱିତୀୟ ଯୁଦ୍ଧ

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ବିରୋଧରେ ‘ଟିକା ଉତ୍ସବ’ ସୁଦୃଢ଼ ସଂଗ୍ରାମ ବୋଲି  କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥି ସହ ବ୍ୟକ୍ତିଗତ ପରିମଳ ସହ ସାମାଜିକ ପରିମଳ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଜିଠାରୁ ମହାତ୍ମା ଜୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ଏହି ଉତ୍ସବ ଆରମ୍ଭ କରାଯାଇଛି ଏବଂ ଏପ୍ରିଲ ୧୪ ତାରିଖ ଦିନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏହା ସାମପ୍ତ ହେବ ।

 ଏହି ଅବସରରେ ଏକ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ଏହି ଅଭିଯାନ ନିମନ୍ତେ ଚାରିଟି ପ୍ରସଙ୍ଗ ଉପରେ ଜୋର ଦେଇଛନ୍ତି । ସେଥିରୁ ପ୍ରଥମଟି ହେଉଛି- ଟିକାକରଣ । ଏହାର ଅର୍ଥ ହେଲା ଯେଉଁମାନେ ନିଜେ ସ୍ୱାସ୍ଥ୍ୟମାନେ ସାକେନ୍ଦ୍ରକୁ ଯାଇ ଟିକା ଗ୍ରହଣ କରିପାରିବେନାହିଁ, ସେଭଳି ନିରକ୍ଷର ଏବଂ ବୟସ୍କ ଲୋକମାନଙ୍କୁ ଟିକା ଗ୍ରହଣରେ ଅନ୍ୟହାଯ୍ୟ କରିବା ଉଚିତ ।

ଦ୍ୱିତୀୟତଃ, ପ୍ରତ୍ୟେକ ବ୍ୟକ୍ତି ଜଣଙ୍କୁ ଚିକିତ୍ସିତ କରିବ । ଏହାର ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ, ଯେଉଁମାନଙ୍କର ନିଜସ୍ୱ ସମ୍ବଳର କିମ୍ବା ଜ୍ଞାନ ଅଭାବ, ସେମାନଙ୍କୁ କରୋନା ଚିକିତ୍ସାରେ ସହାୟତାର ହାତ ବଢ଼ାଇବା । 

ତୃତୀୟତଃ, ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା । ଏହାର ତାତ୍ପର୍ଯ୍ୟ ହେଲା, ମୁଁ ନିଜେ ମାସ୍କ ପିନ୍ଧିବି ଓ ନିଜକୁ ରକ୍ଷା କରିବି ଏବଂ ଅନ୍ୟମାନଙ୍କ ଜୀବନ ରକ୍ଷାରେ ମଧ୍ୟ ସହାୟକ ହେବି । ଏହା ଉପରେ ସଭିଏଁ ଗୁରୁତ୍ୱ ଆରୋପ କରିବା ଉଚିତ ।

ପରିଶେଷରେ, ସମାଜ ଓ ବ୍ୟକ୍ତି ଉଭୟ ମିଶି ‘ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍‌’ ଗଠନ କରି ଏହାର ନେତୃତ୍ୱ ନେବ । ଯଦି କେଉଁଠାରେ ଜଣେ ପଜିଟିଭ୍ କେସ ବାହାରନ୍ତି ସେଠାରେ ପରିବାରର ସଦସ୍ୟ ଓ ଗୋଷ୍ଠୀର ସଦସ୍ୟ ମିଶି ‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌’ ସୃଷ୍ଟି କରିବେ । ଭାରତ ଭଳି ଏକ ଜନଗହଳ ରାଷ୍ଟ୍ରରେ ‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌’ ହେଲା କରୋନା ବିରୁଦ୍ଧରେ ଲଢ଼େଇ କରିବାର ଉପଯୁକ୍ତ ସାଧନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ପ୍ରଧାନମନ୍ତ୍ରୀ କହିଲେ ଯେ ନମୁନା ପରୀକ୍ଷା ଏବଂ ସଚେତନତା ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯିବା ଆବଶ୍ୟକ । ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଟିକା ନେବା ଉଚିତ । ଏହା ଉଭୟ ସମାଜ ଓ ପ୍ରଶାସନର ପ୍ରାଥମିକ ପ୍ରୟାସ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

 ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ଆମେ ଏବେ କରୋନା ପ୍ରତିଷେଧକ ଟିକା ନଷ୍ଟ ମାତ୍ରାକୁ ଶୂନରେ ପହଞ୍ଚାଇବା ଦିଗରେ ଆଗେଇବା ଉଚିତ । ଏହି ଟିକାର ସର୍ବାଧିକ କ୍ଷମତା ଉପଯୋଗ କରାଯିବା ହେଉଛି ଦକ୍ଷତା ବୃଦ୍ଧିର ଅନ୍ୟତମ ମାର୍ଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିନା କାରଣରେ ଘରୁ ପଦାକୁ ବାରମ୍ବାର ନ ବାହାରିବା ସକାଶେ ସେ ପରାମର୍ଶ ଦେଇଛନ୍ତି ।

ସେହିଭଳି ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଟିକା ନେବା ଉଚିତ ଏବଂ ଆମେ କୋଭିଡ଼ ସତର୍କତା ପ୍ରତି କିଭଳି ଉପଯୁକ୍ତ ଭାବେ ଆଚରଣ ପ୍ରଦର୍ଶନ କରୁଛି, ଯଥା ମାସ୍କ ପିନ୍ଧା ଓ ସାମାଜିକ ଦୂରତା ରକ୍ଷା ଓ ଅନ୍ୟାନ୍ୟ ପ୍ରୋଟୋକଲକୁ ମାନିବା, ତାହା ଉପରେ ଏହା ନିର୍ଭରଶୀଳ। 

 ତେଣୁ ବ୍ୟକ୍ତିଗତ, ସାମାଜିକ ଓ ପ୍ରଶାସନିକସ୍ତରରେ ‘ଟିକା ଉତ୍ସବ’ ଚାରିଦିନ ଲକ୍ଷ୍ୟ ହାସଲ କରିବା ଓ ଏହାର ନିୟମାବଳୀକୁ ପାଳନ କରିବା ଦିଗରେ ସମସ୍ତେ ପ୍ରୟାସୀ ହେବା ଆବଶ୍ୟକ ।