Home Education କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦାବି

କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦାବି

ଭୁବନେଶ୍ୱର : ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପାଇଁ ତୁରନ୍ତ ଛଟେଇ ହୋଇଥିବା କମ୍ପ୍ୟୁଟର ଶିକ୍ଷକମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ । ଏଥିପାଇଁ ମହାସଂଘ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି ।

ମହାସଂଘ ପକ୍ଷରୁ କୁହାଯାଇଛି ଯେ ୨୦୧୪ ମସିହାରେ କେନ୍ଦ୍ର ଓ ରାଜ୍ୟ ସରକାର ପାଖାପାଖି ହଜାରେ କୋଟି ଟଙ୍କା ଖର୍ଚ୍ଚ କରି ଚାରି ହଜାରୁ ଅଧିକ ହାଇସ୍କୁଲରେ କମ୍ପୁଟର ଲାବ ପ୍ରତିଷ୍ଠା ସହ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିଥିଲେ l ହେଲେ ୨୦୧୯ ରେ ଓପେପା ପ୍ରକଳ୍ପ ବନ୍ଦ ହେବା ଫଳରେ  ସେହି ଶିକ୍ଷକ ମାନଙ୍କୁ ଛଟେଇ କରିବା ସହ କମ୍ପୁଟର ଲlବରେ ଏକ ପ୍ରକାର ତାଲା ପକେଇ ରଖିଛନ୍ତି l ସରକାରୀ ସ୍କୁଲରେ ଶିକ୍ଷାର ମାନ କମିଯାଉଥିବାରୁ ବାଧ୍ୟ ହୋଇ ଅଭିଭାବକ ମlନେ ଘରୋଇ ସ୍କୁଲ ମୁହାଁ ହେଉଛନ୍ତି l

ଏହାକୁ ତର୍ଜମା କଲେ ଜଣାପଡେକି ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୩୫% ସରକାରୀ ସ୍କୁଲ ପିଲା ବେସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତର ହୋଇଛନ୍ତି l ଏହି କମ୍ପୁଟର ଲାବ ନ ଖୋଲି ଶିକ୍ଷା ଦାନ ବନ୍ଦ କଲେ ଲକ୍ଷ ଲକ୍ଷ ପିଲା ଗୁଣାତ୍ମକ ଶିକ୍ଷlରୁ ବଞ୍ଚିତ ହେବେ l ଲକ୍ଷ ଲକ୍ଷ ପିଲା ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବାରୁ ବାଧ୍ୟ ହୋଇ ଓଡିଶା ଅଭିଭାବକ ମହାସଂଘ ଆଜି ଏହି ଧାରଣା ଓ ପ୍ରତିବାଦ ଜଣାଇ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି l

ଏହି ଯୋଜନା କେନ୍ଦ୍ର ସରକାର ବନ୍ଦ କରିଦେଇଥବା ଆଳ ଦେଖାଇ ରାଜ୍ୟ ସରକାର କମ୍ପୁଟର ଶିକ୍ଷକ ମାନଙ୍କୁ ଛଟେଇ କରି ଲାବ ରେ ତାଲା ପକାଇବା ସହ ଚାରି ହଜାର କମ୍ପୁଟର ଶିକ୍ଷକଙ୍କ ପେଟରେ ଦାନl ବନ୍ଦ କରିବା ସହିତ ପିଲାମାନଙ୍କ ଭବିଷ୍ୟତ ଶିକ୍ଷାଦାନ ରେ ତାଲା ମାରିଦେଇଛନ୍ତି l ଆଜିର ଏହି ଆନ୍ଦୋଳନ ରେ ଅଭିଭାବକ ମହାସଂଘ କର୍ମକର୍ତ୍ତା ମାନଙ୍କ ସହିତ ସରକାରୀ ସ୍କୁଲର ଅଭିଭାବକ, ଛଟେଇ କମ୍ପୁଟର ଶିକ୍ଷକ ମାନେ ସାମିଲ ହୋଇ ଥାଳି ଗିନା ଚାମଚ ବାଡେଇ ଅଭିନଵ ପ୍ରତିବାଦ ସହ ନାରାବାଜି ଦେଇଥିଲେ l ସରକାର ମୋ ସ୍କୁଲ ଯୋଜନାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅର୍ଥ ବରାଦ କରିଛନ୍ତି l

ତେଣୁ ମୋ ସ୍କୁଲ ଯୋଜନାରେ କମ୍ପୁଟର ଶିକ୍ଷାକୁ ସାମିଲ କରିବା ସହ ସେହି ଲାବ ଗୁଡିକ ଖୋଲି ସେଥିରେ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ପିଲାଙ୍କୁ ତୁରନ୍ତ କମ୍ପୁଟର ପଢାଇବାର ବ୍ୟବସ୍ଥା କରନ୍ତୁ ବୋଲି ଏହି ପ୍ରତିବାଦ ସଭାରେ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଦାବି କରିଛନ୍ତି l ପ୍ରସନ୍ନ ବିଶୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପ୍ରଦୀପ୍ତ ମିଶ୍ର, ଅଶୋକ ପାଇକରାୟ, ଭୁମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା ପ୍ରମୁଖ ଦୋହାଦେଇଥିବା ବେଳେ କମ୍ୟୁଟର ଶିକ୍ଷକ ନେତା ଦୀପିକା ମଞ୍ଜରୀ ମିଶ୍ର ଙ୍କ ସମେତ ୧୫୦୦ ରୁ ଉର୍ଦ୍ଧ ଅଭିଭବାକ ଯୋଗଦେଇ ଥିଲେ l