Home News in Odia ଓଡିଶା ଭାଗରେ ରେଳବାଇ

ଓଡିଶା ଭାଗରେ ରେଳବାଇ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେରେ ୪୩ ନୂଆ ମନ୍ତ୍ରୀଙ୍କ ସାମିଲ ସହିତ ହୋଇଥିବା ବିଭାଗ ବଣ୍ଟନରେ ଓଡିଶା ଭାଗରେ ଗୁରୁତ୍ୱପୂର୍ଣ୍ଣ ରେଳବାଇ ବିଭାଗ ପଡିଛି । ଓଡିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳ ବିଭାଗ ସହିତ ଯୋଗାଯୋଗ, ଇଲେକଟ୍ରୋନିକ ଓ ଆଇଟି ଭଳି ଆଉ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଛନ୍ତି ।

ପ୍ରଥମ ଥର ପାଇଁ ରେଳ ମନ୍ତ୍ରାଳୟର କ୍ୟାବିନେଟ ପାହ୍ୟା ଓଡିଶାକୁ ମିଳିଛି । ପୂର୍ବରୁ କଂଗ୍ରେସ ସାଂସଦ କାହ୍ନୁ ଚରଣ ଲେଙ୍କା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ଏଥି ସହିତ ଯୋଗାଯୋଗ, ଇଲେକଟ୍ରୋନିକ ଓ ଆଇଟି ବିଭାଗ ମଧ୍ୟ ପ୍ରଥମକରି ଓଡିଶା ଭାଗରେ ପଡିଛି ।

ବିଜେପି ସାଂସଦ ଶ୍ରୀ ବୈଷ୍ଣବ ପ୍ରଥମ ଥର ପାଇଁ ଓଡିଶାରୁ ରାଜ୍ୟସଭାକୁ ଯାଇ ଏତେ ଗୁଡିଏ ବିଭାଗର କ୍ୟାବିନେଟମନ୍ତ୍ରୀ ହେବା ରାଜ୍ୟର କୌଣସି ସାଂସଦଙ୍କ ପାଇଁ ବି ପ୍ରଥମ ଘଟଣା ।

ସେହିଭଳି ଲୋକସଭାରେ ପ୍ରଥମ ପଦାର୍ପଣରେ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ମୟୁରଭଞ୍ଜର ବିଜେପି ବିଧାୟକ ବିଶେଶ୍ୱର ଟୁଡୁଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ସହିତ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିଛି ।

ତେବେ ଦୀର୍ଘଦିନ ଧରି କେନ୍ଦ୍ରରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ସହିତ ଇସ୍ପାତ ବିଭାଗ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳି ଯାଇଛି । ଶ୍ରୀ ପ୍ରଧାନ ଦେଶର ନୂଆ ଶିକ୍ଷାମନ୍ତ୍ରୀ ହୋଇଥିବାବେଳେ ଏଥି ସହିତ ତାଙ୍କୁ କୌଶଳ ବିକାଶ ଏବଂ ଉଦ୍ୟୋଗ ବିଭାଗ ମିଳିଛି । ଶ୍ରୀ ପ୍ରଧାନଙ୍କ ନିକଟରେ ଥିବା ଦୁଇଟି ବିଭାଗ ମଧ୍ୟରୁ କ୍ୟାବିନେଟ୍‍ ମନ୍ତ୍ରୀ ହରଦୀପସିଂହ ପୁରୀଙ୍କୁ ପେଟ୍ରୋଲିୟମ ଦାୟିତ୍ୱ ମିଳିଥିବାବେଳେ ରାମଚନ୍ଦ୍ର ପ୍ରସାଦ ସିଂହଙ୍କୁ ଇସ୍ପାତ ବିଭାଗ ମିଳିଛି ।

LEAVE A REPLY

Please enter your comment!
Please enter your name here