Home Health ଓଡିଶାରେ କରୋନା କିଲର

ଓଡିଶାରେ କରୋନା କିଲର

ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‍ଆର) ଏବଂ ନେସନାଲ ଇନ୍‍ଷ୍ଟିଟ୍ୟୁଟ ଅଫ୍‍ ଭାଇରୋଲୋଜି (ଏନ୍‍ଆଇଭି) ଦ୍ୱାରା ଅନୁମୋଦିତ କରୋନା ଭୂତାଣୁକୁ ମାରି ପାରୁଥିବା ଯନ୍ତ୍ର ‘କରୋନା କିଲର’ ଆଜି ଓଡିଶାରେ ପ୍ରବେଶ କରିଛି । ପୁଣେ ସ୍ଥିତ ଭାରତୀୟ କମ୍ପାନୀ ଇଣ୍ଡୋଟେକ ସଲ୍ୟୁସନ ଲିମିଟେଡ ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ଏହାର ଉନ୍ମୋଚନ ହୋଇଛି ।

କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭାଉସାହେବ ଜଞ୍ଜିରେ ଓ ଓଡିଶା ମୁଖ୍ୟ କ୍ରିଷ୍ଟା ପଟ୍ଟନାୟକ ମିଳିତ ଭାବେ ଏହାର ଉନ୍ମୋଚନ କରିଛନ୍ତି । କରେନା କିଲର ଯନ୍ତ୍ର ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇ ଶ୍ରୀ ଜଞ୍ଜିରେ କହିଥିଲେ ଯେ ବିଦ୍ୟୁତ୍‍ ଚାଳିତ ଏହି ଯନ୍ତ୍ର ଦ୍ୱାରା ଛୋଟ କୋଠରୀ ଠାରୁ ଆରମ୍ଭ କରି ବିଭିନ୍ନ ଦପ୍ତର ଓ ଚିକିତ୍ସାଳୟକୁ କରୋନା ମୁକ୍ତ କରାଯାଇ ପାରିବ । ଏଥିରେ କୌଣସି ରସାୟନିକ ପଦାର୍ଥ ବ୍ୟବହାର ହେଉନଥିବାରୁ ଏହା ପରିବେଶ ଅନୁକୂଳ । ଏହା କରୋନା ଭୂତାଣୁ ସହିତ ଘରେ ଥିବା ଅନ୍ୟାନ୍ୟ ବ୍ୟାକ୍ଟେରିଆ ଆଦିକୁ ମଧ୍ୟ ବିନାଶ କରିବ ।

ପୁଣେ ସ୍ଥିତ ନାଇଡୁ ହସ୍ପିଟାଲରେ ଏହା ବହୁଳ ବ୍ୟବହାର ହେଉଥିବାବେଳେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ଆମେରିକା, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଦୁବାଇ, ନେପାଳ, ଫିଲିପାଇନ୍ସ ଆଦି ଦେଶକୁ ଏହା ରପ୍ତାନି କରାଯାଉଛି । ଦେଶ ମଧ୍ୟରେ ମଧ୍ୟ ଏହାର ଚାହିବା ବଢିବାରେ ଲାଗିଛି ।

କେବଳ କୌଣସି କୋଠରୀ ନୁହେଁ, ଏହାଦ୍ୱାରା ଗାଡିମୋଟର, ବିମାନ, ବିଦ୍ୟାଳୟ, ପରୀକ୍ଷାଗାର, ପନି ପରିବା ସହିତ ପୋଷାକପତ୍ର ଆଦିକୁ ମଧ୍ୟ ସହଜରେ କରୋନା ମୁକ୍ତ କରାଯାଇ ପାରିବ । ବିଭିନ୍ନ ସ୍ଥାନରେ ଏହାର ବ୍ୟବହାର ଲାଗି ବିଭିନ୍ନ ଆକୃତିର କରୋନା କିଲର ପ୍ରସ୍ତୁତ ହୋଇଛି ।

ସମଗ୍ର ଦେଶରେ କରୋନା କିଲର ଚାହିଦା ଦୃଷ୍ଟିରୁ କମ୍ପାନୀ ଏହାର ଉତ୍ପାଦନକୁ ଦୈନିକ ୨୦୦ରୁ ୭୦୦ ୟୁନିଟ୍‍କୁ ବୃଦ୍ଧି କରିଥିବା ଶ୍ରୀ ଜଞ୍ଜିରେ ସୂଚନା ଦେଇଛନ୍ତି ।