Home Covid ଓଡିଶାକୁ ମିଳିଲା ୧.୫ଲକ୍ଷ କୋଭାକ୍ସିନ

ଓଡିଶାକୁ ମିଳିଲା ୧.୫ଲକ୍ଷ କୋଭାକ୍ସିନ

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ରାଜ୍ୟ ସରକାର ନିଜେ ଖରିଦ କରିଥିବା କୋଭାକ୍ସିନ ଟିକାର ପ୍ରଥମ ଦଫା ଟିକା ଆଜି ରାତି ୯ଟା ସମୟରେ ପାଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରଥମ ଦଫା ଟିକା ଆସି ପହଞ୍ଚିବାପରେ ଖୁସିବ୍ୟକ୍ତ କରିଛନ୍ତି ।

ଏହି ଟିକା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବ୍ୟବହୃତ ହେବ ଯେଉଁଥି ପାଇଁ କୋୱିନ୍‍ରେ ରେ ୩ ମଇ ସୋମବାର ଠାରୁ ଟିକାକରଣ ପାଇଁ ସ୍ଲଟ୍ ଖୋଲାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଆସନ୍ତା କାଲି, ୧ ମଇରେ, ରାଜ୍ୟରେ ପରୀକ୍ଷଣ ଭାବେ ୧୮ରୁ ୪୪ ବର୍ଷ ବୟସର କିଛି ବ୍ୟକ୍ତିଙ୍କୁ ଟିକା ଦିଆଯିବ । ତେବେ ଶନିବାର ଓ ରବିବାର ସଟ୍‍ଡାଉନ୍‍ ଥିବାରୁ ମଇ ୩ତାରିଖରୁ ପର୍ଯ୍ୟାୟକ୍ରମେ ଟିକାକରଣ ଆରମ୍ଭ କରାଯିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପ୍ରଥମ ପର୍ଯ୍ୟାୟରେ ୬୦ବର୍ଷ ବୟସରୁ ଉର୍ଧ ଏବଂ ବହୁବିଧାରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାରେ ୪୫ବର୍ଷରୁ ଉର୍ଧ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା । ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ବର୍ଷ ବୟସର ସମସ୍ତଙ୍କୁ ଟିକାଦାନ ପାଇଁ ଘୋଷଣା ହେବାପରେ ଏହା ସମ୍ପୂର୍ଣ୍ଣ ମାଗଣାରେ ଦେବାପାଇଁ ଓଡିଶା ସରକାର ଘୋଷଣା କରିଛନ୍ତି ।