Home Administration ଐତିହ୍ୟ କରିଡର କାର୍ଯ୍ୟର ସମୀକ୍ଷା

ଐତିହ୍ୟ କରିଡର କାର୍ଯ୍ୟର ସମୀକ୍ଷା


ପୁରୀ : ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଗସ୍ତରେ ଯାଇ ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ଅନୁଧ୍ୟାନ କରିଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହ୍ୟ କରିଡରର ସମୀକ୍ଷା କରିଥିବାବେଳେ ପରବର୍ତ୍ତୀ କାର୍ଯ୍ୟ ଅନୁଧ୍ୟାନ ଲାଗି ଶ୍ରୀ ପାଣ୍ଡିଆନ୍ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି କାନୱାର ବିଶାଲ ସିଂହା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ ।

ଶ୍ରୀ ପାଣ୍ଡିଆନ ଐତିହ୍ୟ କରିଡର ପରିଦର୍ଶନ କରି ଅଗ୍ରଗତିର ସମୀକ୍ଷା କରିଥିଲେ । ୨୦ ମିଟର ବାହ୍ୟ ରାସ୍ତା ର୍ନିମାଣ ପାଇଁ ତ୍ୱରାନ୍ୱିତ ଭାବ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଉଭୟ କରିଡର ଏବଂ ବଫର ଅଞ୍ଚଳ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁରୀ ପରିଦର୍ଶନ କରି ଉଚ୍ଚାଭିଳାଷୀ ଶ୍ରୀ ଜଗନ୍ନାଥଐତିହ୍ୟ କରିଡର ପାଇଁ ଜମି ଅଧିଗ୍ରହଣ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ କହିଥିଲେ । ଦ୍ୱାଦଶ ଶତାବ୍ଦୀର ଶ୍ରୀ ଜଗନ୍ନାଥ ମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧରେ ରାଜ୍ୟ ସରକାର କରିଡରର ବିକାଶ କରୁଛନ୍ତି ।

ଓଡିଶା ସରକାର ଏକ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ, ମୌଳିକ ସୁବିଧାଗୁଡ଼ିକର ବିକାଶ ଏବଂ ଐତିହ୍ୟ ଏବଂ ସ୍ଥାପତ୍ୟର ବିକାଶ (ଅବଢା) ଯୋଜନା କାର୍ଯ୍ୟକାରୀ କରି ଏହି ପବିତ୍ର ସହରକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ।