Home Education ଏସ୍‍ଭିଏମ୍‍ କଲେଜରେ ନାମଲେଖା ଫି ବୃଦ୍ଧି

ଏସ୍‍ଭିଏମ୍‍ କଲେଜରେ ନାମଲେଖା ଫି ବୃଦ୍ଧି

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ମହାବିଦ୍ୟାଳୟଗୁଡିକରେ ନାମଲେଖା ଫି ବଢିବ ନାହିଁ ବୋଲି ସରକାର କହିଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଚଳିତବର୍ଷ ଛାତ୍ରଛାତ୍ରୀମାନେ ବର୍ଦ୍ଧିତ ଫି ଦେଇ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇଛନ୍ତି ।

ଏହି ଫି ବୃଦ୍ଧି ହଜାରେ କି ଦୁଇ ହଜାର ନୁହେଁ, ଏକା ଥରକେ ତିନି ହଜାର ଟଙ୍କା ବୃଦ୍ଧି ପାଇଛି । ଏ ସଂକ୍ରାନ୍ତରେ କଲେଜ କର୍ତ୍ତୃପକ୍ଷ ଜାରି କରିଥିବା ନୋଟିସ୍‍ରେ ଯୁକ୍ତ ଦୁଇ କଳା ପାଇଁ ୮୦୦୦, ବିଜ୍ଞାନ ପାଇଁ ୮୫୦୦ ଓ ବାଣିଜ୍ୟ ପାଇଁ ୮୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଅର୍ଥକୁ ଛାତ୍ରଛାତ୍ରୀମାନେ ଅନ୍‍ଲାଇନ୍‍ରେ ପଇଠ ପାଇଁ କୁହାଯାଇଛି ।

ଉଲ୍ଲେଖନୀୟ ଯେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ସମୟରେ ଚଳିତବର୍ଷ ଯୁକ୍ତ ଦୁଇ ନାମଲେଖାରେ ଫି ବଢିବନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ । ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ପ୍ରାୟ ସମସ୍ତ କଲେଜରେ ଗତବର୍ଷ ଫି ଆଧାରରେ ନାମଲେଖା ହୋଇଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ କିନ୍ତୁ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ।

LEAVE A REPLY

Please enter your comment!
Please enter your name here