Home Covid ଏମ୍‍ଜିଏମ୍‍ ମିନେରାଲ୍ସ ଦେଲା କୋଟିଏ

ଏମ୍‍ଜିଏମ୍‍ ମିନେରାଲ୍ସ ଦେଲା କୋଟିଏ

ଭୁବନେଶ୍ୱର : କୋଭିଡ ଯୁଦ୍ଧରେ ନିଜର ଯୋଗଦାନ ସ୍ୱରୂପ ଏମ୍‍ଜିଏମ୍‍ ମିନେରାଲ୍ସ ଲିମିଟେଡ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୧କୋଟି ଟଙ୍କା ଦାନ କରିଛି । ଆଜି ମୁଖ୍ୟ ଶାସନ ସଚବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନ ଠାରେ କମ୍ପାନୀର ମୁଖ୍ୟ ପରିାଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତିଙ୍କ ଠାରୁ ଏକ କୋଟି ଟଙ୍କାର ଚେକ୍‍ ଗ୍ରହଣ କରିଛନ୍ତି ।

ଚେକ ପ୍ରଦାନ ସମୟରେ ଶ୍ରୀ ମହାନ୍ତି କହିଥିଲେ ଯେ ରାଜ୍ୟ ସରକାରଙ୍କ ସମୟପଯୋଗୀ ଓ ସକ୍ରିୟ କୋଭିଡ ପରିଚାଳନା ଯୋଗୁଁ ଓଡିଶାରେ କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଜନସାଧାରଣଙ୍କ ସହଯୋଗରେ ଏହା ସମ୍ପୂର୍ଣ୍ଣ ସଫଳ ହେବ ।

ଏହି ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କ ସାଧୁବାଦ ଜଣାଇବା ସହ ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଥିଲେ ।