Home General ଏବେ ସମୟ ନିର୍ଘଣ୍ଟ ସମ୍ଭବ ନୁହେଁ

ଏବେ ସମୟ ନିର୍ଘଣ୍ଟ ସମ୍ଭବ ନୁହେଁ

ଭୁବନେଶ୍ୱର : ଖୋର୍ଦ୍ଧାରୋଡ-ବଲାଙ୍ଗୀର ନୂତନ ରେଳଲାଇନ ପ୍ରକଳ୍ପର କାର୍ଯ୍ୟ କେବେ ସମାପ୍ତ ହେବ ତାହାର ସମୟ ନିର୍ଘଣ୍ଟ ବର୍ତ୍ତମାନ କରିହେବ ନାହିଁ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି ।

ବିଜେଡି ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନ ଉପରେ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରେଳ ପ୍ରକଳ୍ପଗୁଡିକ ରାଜ୍ୟ ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅଧିକାରୀଙ୍କ ଦ୍ୱାରା ଜଙ୍ଗଲ ମଞ୍ଜୁର, ସ୍ଥାନାନ୍ତର ଭଳି ବିଭିନ୍ନ କାରଣ ଉପରେ ର୍ନିଭର କରେ । ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଆଇନଗତ ଅନୁମୋଦନ, କ୍ଷେତ୍ରର ଭୌଗୋଳିକ ଏବଂ ଟପୋଗ୍ରାଫିକାଲ୍ ସ୍ଥିତି, ପ୍ରକଳ୍ପ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି, ଜଳବାୟୁ ପରିସ୍ଥିତି କାରଣ ର୍ନିଦ୍ଦିଷ୍ଟ ଅଞ୍ଚଳରେ ପ୍ରକଳ୍ପର ଅଗ୍ରଗତି ଉପରେ ନିର୍ଭର କରିଥାଏ ।

ଏହି ସମସ୍ତ କାରଣ ପ୍ରକଳ୍ପର ସମାପ୍ତି ସମୟକୁ ପ୍ରଭାବିତ କରିଥାଏ । ତେଣୁ ଏହି ପ୍ରକଳ୍ପର କାର୍ଯ୍ୟ କେବେ ସରିବ ତାହା ବର୍ତ୍ତମାନ ସ୍ଥିର କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

୩୭୯୨ କୋଟି ଟଙ୍କା ମୂଲ୍ୟର ଆନୁମାନିକ ମୂଲ୍ୟ ସହିତ ରେଳବାଇ ଖୋର୍ଦ୍ଧାରୋଡ-ବଲାଙ୍ଗୀର ନୂତନ ଲାଇନ (୨୮୯ କିଲୋମିଟର) ରେ କାର୍ଯ୍ୟ ଆରମ୍ଭ କରିଛି । ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ୧୪୯୭ କୋଟି ଟଙ୍କା ବ୍ୟୟ ଅଟକଳ ଏବଂ ୧୦୦୦.୫୦ କୋଟି ଟଙ୍କା ବ୍ୟୟ ଅଟକଳ (ରେଳବାଇର ଅଂଶ: ୫୦୦.୫୦ କୋଟି ଏବଂ ରାଜ୍ୟର ଅଂଶ: ୫୦୦ କୋଟି) ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଏପର୍ଯ୍ୟନ୍ତ ୯୨ କିଲୋମିଟର ଦୈର୍ଘ୍ୟ (ଖୋର୍ଦ୍ଧା ରୋଡରୁ ମହିପୁର (୭୭ କିଲୋମିଟର) ଏବଂ ବଲାଙ୍ଗୀରରୁ ବିଛୁପାଲୀ (୧୫ କିଲୋମିଟର) ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀ ବୈଷ୍ଣବ କହିଛନ୍ତି ଯେ ମହିପୁର-ନୁଅଗାଁ-ବୁଗୁଡା (୪୫ କିଲୋମିଟର), ପୁରଣାକଟକ-ବୌଦ-ସୋନପୁର (୬୫ କିଲୋମିଟର) ଏବଂ ସୋନପୁର-ତରଭା-ବଚୁପାଲି (୩୭ କିଲୋମିଟର) ରେ କାର୍ଯ୍ୟ ନିଆଯାଇଛି ।

ଏହି ପ୍ରକଳ୍ପରେ ୬୧୬୨ ଏକର ଜମି ଅଧିଗ୍ରହଣ ଏବଂ ୧୮୪୪ ଏକର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ, ସେଥିମ୍ମରୁ ୫୨୦୮ ଏକର ଜମି ଅଧିଗ୍ରହଣ ହୋଇଛି ଏବଂ ୧୭୦ ଏକର ଜଙ୍ଗଲ ଜମିର ପରିବର୍ତ୍ତନ କାର୍ଯ୍ୟ ସମାପ୍ତ ହୋଇଛି । ଏଥିସହ ୯୫୪ ଏକର ଜମି ଅଧିଗ୍ରହଣ ଏବଂ ୧୬୭୪ ଏକର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ପୂର୍ବ ତଟ ରେଳବାଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଛି, ଯାହାକି ବହୁ ବର୍ଷ ବିଳମ୍ବ ହୋଇଛି । (ତଥ୍ୟ)