Home Finance ଏକ ଲକ୍ଷ ୭୦ହଜାର କୋଟିର ବଜେଟ୍‍

ଏକ ଲକ୍ଷ ୭୦ହଜାର କୋଟିର ବଜେଟ୍‍

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୧-୨୨ ବର୍ଷର ବଜେଟ୍‍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଆଗତ କରିଥିବା ଏକ ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍‍ରେ ପ୍ରଶାସନିକ ଖର୍ଚ୍ଚ ପାଇର୍ ୮୫ହଜାର କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୭୫ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୩୦୫୦ କୋଟି ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହୋଇଥିବା ଅର୍ଥରୁ ୬୯୫୦କୋଟି ଟଙ୍କାର ବ୍ୟୟବରାଦ ରହିଛି ।

ଏହି ବଜେଟ୍‍ ସମ୍ପୂର୍ଣ୍ଣ ଭାବେ ଇ-ବଜେଟ୍‍ ହୋଇଥିବାବେଳେ ଏହା ପରିବେଶ ଅନୁକୂଳ ପଦକ୍ଷେପ । ଏକ ସ୍ୱତନ୍ତ୍ର ମୋବାଇଲ ଆପ୍ଲିକେଶନ ନେଭା ଆପ୍‍ରେ ଏହା ଉପଲବ୍ଧ ହୋଇଛି । ବିତ୍ତୀୟ ସ୍ୱଚ୍ଛତା ବୃଦ୍ଧି ଲାଗି ରାଜ୍ୟରେ ସରକାରୀ ଅର୍ଥ ପରିଚାଳନାରେ ସଂସ୍କାର ଆଣିବା ପ୍ରୟାସରେ ପ୍ରଥମ ଥର ପାଇଁ ଫାଇନାନସିଆଲ ରିସ୍କ ବିବରଣୀ ପ୍ରକାଶ ପାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ବଜେଟ୍‍ରେ ହୋଇଥିବା ବ୍ୟୟବରାଦ ଅନୁଯାୟୀ ଏସ୍‍ସିବି ମେଡିକାଲ କଲେଜରକୁ ଏମସ ପ୍ଲସ ପ୍ରତିଷ୍ଠାନ କରିବାପାଇଁ ୩୫୦୦ କୋଟି ଟଙ୍କାର ବରାଦ ହୋଇଥିବାବେଳେ କାଳିଆ ଯୋଜନାରେ ୧୮୦୦କୋଟି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧିନରେ ୪୫୦କୋଟି, କୃଷକମାନଙ୍କୁ ଋଣର ସୁଧ ଉପରେ ରିହାତି ପାଇଁ ୮୧୯କୋଟି ଟଙ୍କାର ବ୍ୟବସ୍ଥା ରହିଛି ।

ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବାପାଇଁ ଅବଢା ଯୋଜନାରେ ୫୪୨କୋଟିର ବ୍ୟୟବରାଦ ହୋଇଥିବାବେଳେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ଯୋଜନାରେ ୨୦୦କୋଟି, ସମଲେଶ୍ୱର ପୀଠର ବିକାଶ ପାଇଁ ସମଲାଇ ଯୋଜନାରେ ୨୦୦ କୋଟି ଏବଂ ରାଉରକେଲାରେ ହକି ଷ୍ଟାଡିୟମ ପାଇଁ ୯୦କୋଟି ଟଙ୍କାର ବ୍ୟୟବରାଦ ରହିଛି ।

ଏଥି ସହିତ ବିଭିନ୍ନ ବିଭାଗ ପାଇଁ ହୋଇଥିବା ବ୍ୟୟବରାଦ ମଧ୍ୟରେ ଅର୍ଥ ବିଭାଗ ଲାଗି ୫୩,୮୪୬କୋଟି ୧୪ଲକ୍ଷ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଲଗାି ୧୯,୮୦୦ କୋଟି ୫୪ଲକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୮,୨୭୯କୋଟି ୯୨ଲକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୯୧୪୬କୋଟି ୨୬ଲକ୍ଷ, ଜଳସମ୍ପଦ ବିଭାଗ ପାଇଁ ୮୨୬୬କୋଟି ୮୫ଲକ୍ଷ, ଗୃହ ବିଭାଗ ପାଇଁ ୫୮୪୭କୋଟି ୯୬ଲକ୍ଷ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୫୭୧୮କୋଟି ୭୭ଲକ୍ଷ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୫୪୮୯କୋଟି ୯ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି ।

ସ୍ୱାସ୍ଥ୍ୟ ବିଭାଗ ପାଇଁ ହୋଇଥିବା ବ୍ୟୟବରାଦ ଗତ ଆର୍ଥିକ ବର୍ଷ ତୁଳନାରେ ୧୯ପ୍ରତିଶତ ଅଧିକ ହୋଇଥିବାବେଳେ ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧୩୫୩କୋଟି ଟଙ୍କାର ବରାଦ ରହିଛି । ସେହିଭଳି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୧୫୭୨କୋଟି ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ ୧୭୫୫ କୋଟି ଟଙ୍କା ବ୍ୟୟ ହେବ ।

ନିରାମୟ ଯୋଜନାରେ ମାଗଣା ଔଷଧ ପାଇଁ ୬୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ନିଦାନ ପାଇଁ ୨୨୯କୋଟି ଓ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୧୬୨କୋଟି ଟଙ୍କାର ବରାଦ ରହିଛି ।
ସେହିଭଳି ୨୦୨୧-୨୨ ବର୍ଷରେ ପାଇପ ଯୋଗେ ପାନୀୟଜଳ ଯୋଗାଣ ପାଇଁ ୧୨,୦୦୦ କୋଟି ଟଙ୍କାର ବରାଦ ହୋଇଛି ଯେଉଁଥିରେ ବସୁଧା ଯୋଜନାରେ ୨୪୧୯କୋଟି, ଜଳ ଜୀବନ ମିଶନରେ ୬୩୦୦ କୋଟି ଓ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ ପାଇଁ ୫୬୦କୋଟି ଟଙ୍କା ଅର୍ନ୍ତଭୁକ୍ତ । ୮ଟି ଖଣିଜ ସମ୍ପଦଭରା ଜିଲ୍ଲାରେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଏମ୍‍ବିଏଡିସି ପାଣ୍ଠିରୁ ୨୧୫୦କୋଟି ଓ ଡିଏମ୍‍ଏଫ୍‍ରୁ ୬୬୫କୋଟି ଟଙ୍କାର ବ୍ୟବସ୍ଥା ରହିଛି ।

ଓଡିଶା ମିଲେଟ ମିଶନ ପାଇଁ ୧୦୬କୋଟି ଟଙ୍କାର ବ୍ୟୟ ବରାଦ ଥିବାବେଳେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ପାଇଁ ୧୪୧୫କୋଟି, ନୂଆ ପୋଖରୀ ଖୋଳିବାପାଇଁ ୭୦କୋଟି, ନୀଳ ବିପ୍ଳବ ଯୋଜନାରେ ୧୬୧କୋଟି ଟଙ୍କାର ବରାଦ ରହିଛି ।

ଗ୍ରାମାଞ୍ଚଳରେ ଆହୁରି ୫ଲକ୍ଷ ପକ୍କାଘର ନିର୍ମାଣର ଲକ୍ଷ୍ୟ ପୂରଣ ପାଇଁ ବଜେଟ୍‍ରେ ୩୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ସହରାଞ୍ଚଳରେ ବସ୍ତି ବିକାଶ ଯୋଜନାରେ ଗୃହ ନିର୍ମାଣ ପାଇଁ ୩୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ମମତା ଯୋଜନା ପାଇଁ ୨୭୯କୋଟି, ପୁଷ୍ଟିକର ଖାଦ୍ୟ ଯୋଜନା ପାଇଁ ୧୧୧୩କୋଟି, ସ୍ୱୟଂ ସହାୟିକା ଗୋଷ୍ଠି ଓ ସେମାନଙ୍କର ସଂଘର ସହାୟତା ପାଇଁ ୩୧୬କୋଟି, ସକ୍ଷମ ଅଙ୍ଗନବାଡି ଓ ପୋଷଣ ଯୋଜନାରେ ୨୨୮୬କୋଟି ଟଙ୍କାର ପ୍ରସ୍ତାବ ରହିଛି ।

LEAVE A REPLY

Please enter your comment!
Please enter your name here